
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କାଙ୍କେର ଜିଲ୍ଲାରେ ସକ୍ରିୟ ଥିବା ଚାରି ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତଙ୍କ ମୁଣ୍ଡରେ ସରକାର ୧୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଡିଆଇଜି ବିଏସଏଫ ହରିନ୍ଦର ପାଲ ସିଂ ସୋହି, ଡିଆଇଜି କେଏଲ ଧ୍ରୁଭ, ଏସପି ଇନ୍ଦିରା କଲ୍ୟାଣ ଆଲେସେଲାଙ୍କ ସମ୍ମୁଖରେ ଚାରିଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତଙ୍କ ମଧ୍ୟରେ ସୁରଜାନା ଓରଫ ସିତାୟା କୋରାମ (କୁଏମାରି ଏଲଓଏସ କମାଣ୍ଡର) ମୁଣ୍ଡ ଉପରେ ୫ ଲକ୍ଷ। ମରେଶ ଓରଫ ଲାକ୍କୁ ପୁନେମ (କୁପେମାରି ଏରିଆ କମିଟି ସଦସ୍ୟ) ୫ ଲକ୍ଷ।ସାଗର ଓରଫ ଗଙ୍ଗା ବିଦୟୋ (କୁପେମାରି ଏଲଓଏସ ସଦସ୍ୟ) ୧ ଲକ୍ଷ। ଅଞ୍ଜୁ ଓରଫ ସରିତା ଶୌରି (କୁପେମାରି ଏଲଓଏସ ସଦସ୍ୟ) ୧ ଲକ୍ଷ। ସମସ୍ତେ ଉତ୍ତର ବସ୍ତର ଡିଭିଜନର କୁଏମାରି ଏରିଆ କମିଟିରେ ସକ୍ରିୟ ଥିଲେ ବୋଲି ପୁଲିସ କହିଛି। ପୁଲିସ ଅଧିକାରୀ କହିଛନ୍ତି ଯେ ମାଓବାଦୀ ଶାସନର “ପୁନର୍ବାସ ନୀତି” ଦ୍ୱାରା ପ୍ରଭାବିତ ହୋଇ ଚାରିଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପୁନର୍ବାସ ନୀତି ଅନୁଯାୟୀ ୨୫-୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଛି। ଏହି ଅବସରରେ ସନ୍ଦୀପ ପଟେଲ ଅତିରିକ୍ତ ପୁଲିସ ଅଧୀକ୍ଷକ ଭାନୁପ୍ରତାପୁର ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।