ମାଲକାନଗିରି ଜିଲ୍ଲା ଲଗାଣ ବର୍ଷା ସ୍ଥିତି ନେଇ ସମୀକ୍ଷା କଲେ ରାଜ୍ୟ ପ୍ରତିନିଧି ଦଳ।

ବିଜୁଳି ସଂଯୋଗୀକରଣ ଓ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଲଗାଣ ବର୍ଷା ନେଇ ମାଲକାନଗିରି ଗସ୍ତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରମୁଖ ଶାସନ ସଚିବ, ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ଡିଜି, ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି, ଚରଣ ସିଂ ମୀନା ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାପାଳ , ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ ଲଗାଣ ବର୍ଷାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ।ପ୍ରାଥମିକତା ଭିତ୍ତିରେ ବିଜୁଳି ସଂଯୋଗିକରଣ,ପାନୀୟ ଜଳ ଯୋଗାଣ ଓ ପ୍ରାଣୀ ସମ୍ପଦଙ୍କ ନିମନ୍ତେ ପଦକ୍ଷେପ ନେବା ପାଇଁ ଶ୍ରୀ ସେଠୀ ଗୁରୁତ୍ଵାରୋପ କରିଛନ୍ତି। ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ମୂଳକ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାରେ ସଂପୂର୍ଣ୍ଣ ସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଓଡରାଫ୍ ଦଳ ସେବା ପ୍ରଦାନ କରିବେ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଏହି ସମ୍ବେଦନଶୀଳ ସ୍ଥିତି ନେଇ ରାଜ୍ୟ ସରକାର ଅନବରତ ଦୃଷ୍ଟି ରଖିଛନ୍ତି ବୋଲି ଡ଼ଃ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଷ୍ଠାପର ଭାବେ ସେବା ପ୍ରଦାନ କରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅଧିକ ଆବଶ୍ୟକୀୟ ମାନବ ସମ୍ବଳ ଓ ଯନ୍ତ୍ରପାତି ଯୋଗାଇ ଦିଆଯିବ।ସୂଚନା ଥାଉ କି ୪୪୩ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ଯୋଗାଇ ଦିଆଯାଇଛି। ସେହିପରି ୫୪ ଜଣ ଗର୍ଭବତୀ ମାଆ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ଦ୍ବାରା ୨୭ ଜଣଙ୍କୁ ଉଦ୍ଧାର ସହିତ ୧୭୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୬ ଟି ଓଡ୍ରାଫ ଦଳକୁ ମୁତୟନ କରାଯାଇଛି। ସେହିପରି ୫ଟି ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ନ୍ୟସ୍ତ ଥିବା ବେଳେ ୩ ଟି ଦଳ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ସମ୍ବେଦନଶୀଳ ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ମୁକାବିଲା ନିମନ୍ତେ ରାଜ୍ୟ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନସାଧାରଣଙ୍କ ସହଯୋଗ ନିମନ୍ତେ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ ଉପସ୍ଥିତ ଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page