ଡାକ୍ତରୀଛାତ୍ରୀଙ୍କ ଉପରେ ହୋଇଥିବା ନିନ୍ଦନୀୟ ଘଟଣା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା।

ମାଲକାନଗିରି(ନିରଞ୍ଜନ ମଲ୍ଲ)
କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ହତ୍ୟା, ଘଟଣାରେ ସବୁଠି ପ୍ରତିବାଦର ସ୍ୱର। ରାଜଧାନୀଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏବେ ଘଟଣାର ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଆଜି ସ୍ଥାନୀୟ ଏମଭି 79 ଅଞ୍ଚଳର ଯୁବକ ବର୍ଗ,ଯୁବତୀ ଓ ମହିଳା ମାନେ ମଧ୍ୟ ବିରୋଧ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ମୁତ୍ୟୁ ବରଣ କରିଥିବା ଡାକ୍ତର ଙ୍କ ଫଟୋ ଚିତ୍ର ଧରି ଏମଭି 79 ଅଞ୍ଚଳ ରେ ପରିକ୍ରମା କରିବା ସହ ନାରା ବାଜି ଦିଆଯାଇଥିଲା। ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହାସହ ସରକାର ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟରତ ମହିଳା ମାନଙ୍କସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମସ୍ତେ ଦାବି ଉଠାଇଛନ୍ତି।ଏହା ସହ ମୃତ ଡାକ୍ତରୀଛାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ମେଡିକାଲ ପରିସରରୁ ଆରମ୍ଭ ହୋଇ ଶିବ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ଦୂର୍ଗା ମଣ୍ଡପ ପରିସରରେ ସମାପ୍ତ ହୋଇଥିଲା।କଲିକତାରେ ଘଟି ଯାଇଥିବା ଏକ ଲୋମହର୍ଷଣକାରୀ ତଥା ନିନ୍ଦନୀୟ ଘଟଣା, ଯେଉଁଥିରେ ଜଣେ କର୍ତ୍ତବ୍ୟରତ ଡାକ୍ତରୀଛାତ୍ରୀ ଗଣଦୁଷ୍କର୍ମ ତଥା ଯନ୍ତ୍ରଣା ଦାୟକ ମୃତ୍ୟୁର ଶିକାର ହୋଇଛନ୍ତି। ଏହାକୁ ସାମଗ୍ରିକ ଭାବେ ନିନ୍ଦା କରୁଛୁ ବୋଲି କହିଛନ୍ତି ଏମଭି 79 ମେଡିକାଲ ଡକ୍ଟର ପ୍ରସନ୍ନଜିତ ରାୟ | ଏଥିରେ କେବଳ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କ ମୃତ୍ୟୁ ହୋଇ ନାହିଁ ବରଂ ତଥାକଥିତ ଏକ ସଭ୍ୟ ସମାଜରେ ମାନବରୂପୀ ଦାନବର ଅମାନବିକତା ଉର୍ଦ୍ଧମୁଖୀ ହୋଇଛି।ଏହା ସହ ମା ଓ ଭଉଣୀ ମାନଙ୍କୁ ସବୁ କ୍ଷେତ୍ର ରେ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଏମଭି 79 ଏସ୍ ଏସ୍ ଡି କଲେଜ ଅଧକ୍ଷ ବିରାଜ ମଜୁମଦାର। ଏହି ଭଳି ଏକ ଦୁଃସମୟରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏମଭି 79 ଅଞ୍ଚଳର ଯୁବପିଢି।ମେଡିକାଲ ର ସମସ୍ତ କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ମହିଳା, ଯୁବକ ବର୍ଗ, ଯୁବତୀ ଏଥିରେ ସାମିଲ ହୋଇଥିଲେ।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page