ଅସୁସ୍ଥ ମହିଳାଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦ୍ୱାରା ଜଣେ ଅସୁସ୍ଥ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୁକାନ୍ତି ଦାସ ନାମକ ଜଣେ ମହିଳାଙ୍କୁ ଛାତି ଓ ମୁଣ୍ଡ ବ୍ୟଥା ହେବାରୁ ଚିତ୍ରକୋଣ୍ଡା ମେଡ଼ିକାଲ ଆସିଥିଲେ।ଏହି ସମୟରେ ଅସୁସ୍ଥ ମହିଳା ଆସିଥିବା ବେଳେ କିନ୍ତୁ ଦିବ୍ୟଶକ୍ତି ପଣ୍ଡା ଓ ସିତୁନ ନାୟକ ଦୁଇ ଡାକ୍ତର ମଧ୍ୟରେ ଆପୋଷ କଥା ବାର୍ତ୍ତାରେ ମଜି ରହିଥିଲେ।।ମହିଳା ଓ ଅନ୍ୟ ରୋଗୀ ମାନେ ବହୁତ ସମୟ ଅପେକ୍ଷା କଲା ପରେ ଡାକ୍ତରଖାନାରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏହାପରେ ମହିଳା ରୋଗୀଙ୍କୁ ଡ଼ାକ୍ତର ଡାକି ଏ ଯାଏଁ ମରି ନାହାଁନ୍ତି, କାହିଁକି ବ୍ୟସ୍ତ ହୋଇ ପଡୁଛନ୍ତି, ଲଜ୍ଜ୍ୟା ଜନକ ସହ ଖରାପ୍ ବ୍ୟବହାର ଦେଖାଇଥିଲେ ପଣ୍ଡା ଡ଼ାକ୍ତର। ଡାକ୍ତର ଭଗବାନର ଦ୍ଵିତୀୟ ରୂପ ଭାବେ ସମ୍ମାନ ଦିଅନ୍ତି କିନ୍ତୁ ଏପରି ସମ୍ବେଦନଶୀଳ ଘଟଣାକୁ ଜଣେ ଡାକ୍ତର ମହିଳା ରୋଗୀଙ୍କୁ ବ୍ୟବହାର ନେଇ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଵାଭିମାନ ଅଞ୍ଚଳରେ ଚିକିତ୍ସାର ପ୍ରାଣ କେନ୍ଦ୍ର ହେଉଛି ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର। ମାତ୍ର ଯଦି ଡାକ୍ତର ମାନେ ଭଲ ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କ ସହ ଖରାପ୍ ବ୍ୟବହାର ଦେଖାନ୍ତି ତେବେ ଚିକିତ୍ସାକୁ ନେଇ ଏହି ମେଡ଼ିକାଲକୁ ରୋଗୀ କେତେ ଭରଷା କରିବେ ଏହା ସବୁଠାରୁ ବଡ ପ୍ରଶ୍ନବାଚୀ ? ଡାକ୍ତର ଶ୍ରୀ ପଣ୍ଡା ଓ ଶ୍ରୀ ନାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page