ବାଲିମେଳା ସହରରେ ପ୍ରବଳ ବର୍ଷା, ଭୁଷୁଡି ପଡିଲା ଗଛ ଅଳ୍ପକେ ବର୍ତିଲେ ଡ୍ରାଇଭର।

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ତିନିଦିନଯାକ ଲଗାଣ ବର୍ଷାଲାଗିରହିଥିବାବେଳ ହଠାତ ଅପରାହ୍ନରେ ବାଦଲ ଫଟା ବର୍ଷା ଫଳରେ ବିଭିନ୍ନ ବସ୍ତି ଅଞ୍ଚଳରେ ଘରେ ଘରେ ପାଣି ପସିଯାଇଥିଲା।ରୋଡ କଡ଼ରେ ପରିବା ବିକାଳୀ ପରିବା ଗୁଡିକ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଏନ ଏ ସି ପକ୍ଷରୁ ସୁଭଦ୍ରା ଯୋଜନା ନିମନ୍ତେ ସୁଶାନ୍ତ ଦାସ ଅଟୋ ଯୋଗେ 1 ଫର୍ମ ବାଣ୍ଟି ଫେରୁଥିବା ସମୟରେ ଆଖଣ୍ଡଳମଣି ମନ୍ଦିର ପାର୍ଶ୍ୱରେ ଥିବା ଔଷଧ ଦୋକାନରୁ ଔଷଧ କିଣିବା ପାଇଁ ଅଟୋ ଚାଳକ ଔଷଧ ଦୋକାନ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ହଠାତ ମଣିମନ୍ଦିରକଡ଼ରେ ଥିବା ବଡ଼ ବରଗଛରୁ ଏକ ବିରାଟ ଡାଳ ଭାଙ୍ଗି ଅଟୋଟି ଉପରେ ପଡିଯାଇଥିଲା । ସୌଭାଗ୍ୟବସତ ଡ୍ରାଇଭର ଗାଡି ମଧ୍ୟରେ ଥିବା ସତ୍ୟେ କୌଣସି କ୍ଷତି ହୋଇନାହିଁ ବୋଲି ଜଣା ପଡ଼ିଛି। ଏହି ରାସ୍ତା ଟି ବାଲିମେଳା ପାୱାର ହାଉସ କୁ ଯିବାର ମୁଖ୍ୟ ରାସ୍ତା ହୋଇଥିବାରୁ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବାର ଦେଖିବାକୁ ମିଳିଛି । ଖବର ପାଇ ଓଏଚପିସି ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି କୋରୁକୋଣ୍ଡା ଅଗ୍ନିଶମ କେନ୍ଦ୍ରକୁ ଯୋଗାଯୋଗ କରିବା କିଛି ସମୟ ପରେ ଅଗ୍ନିଶମ କର୍ମଚାରୀ ପହଁଚି ଗଛ କାଟି ରାସ୍ତା ଯାତାୟାତ ସ୍ୱାଭାବିକ କରିଥିଲେ।ଖବର ପାଇ ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଓ କାଉନ୍ସେଲର ମାନେ ଘଟଣାସ୍ଥଳରେ ପହଁଚି ଯାତାୟାତ ବ୍ୟବସ୍ଥା ଓ ବିଦ୍ୟୁତ ତାର ଶୀଘ୍ର ସଜାଡ଼ି ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାତ ପ୍ରବଳ ହେଉଛି କିଛି ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ପାଣି ପଶି ଯାଇଥିଲା ବିଭିନ୍ନ ୱାର୍ଡ ଦାଇତ୍ୱ ଥିବା କର୍ମଚାରୀ ମାନଙ୍କୁ ନଜର ରଖିବା ପାଇଁ କହିଛି ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର କହିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page