ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳିଛକ ଠାରେ ଗତକାଲି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର କାଳୀଛକ ଠାରେ ରହୁଥିବା ଏ.ଶିବ ଦାସଙ୍କ ସ୍ତ୍ରୀ ଏ ସୁଶିଳା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧା ରାସ୍ତାରେ ଯାଉଥିବା ସମୟରେ ଉକ୍ତ ରାସ୍ତା ଦେଇ ବାଇକରେ ଯାଉଥିବା ଜଣେ ଅଜଣା ବ୍ୟକ୍ତି ନିଜ ଗାଡିରୁ ଓଲ୍ହାଈ ଆସି ହଠାତ ବିନା କାରଣରେ ବୃଦ୍ଧାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଅଟକାଇ ତାଙ୍କ ଗାଲରେ ଚାପୁଡା ଚାପୁଡ଼ା ମାରିଥିଲେ।ବୃଦ୍ଧାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ।ଏହାପରେ ଉକ୍ତ ବ୍ୟକ୍ତି ଜଣକ ଏକ ପଥର ଗୋଟାଇ ଆଣି ତାଙ୍କ ମୁଣ୍ଡରେ ଆଘାତ କରିଥିଲା । ଯାହାଫଳରେ ମହିଳା ଜଣଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେଠାରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଏ ଏସ ଆଇ ସୁରେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମାଡ ମାରିଥିବା ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ସେଠାରେ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ତାରେ ରାସ୍ତାରେ ପଡି ରହିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ ।ଡାକ୍ତର ତାଙ୍କର ପ୍ରାଥମିକ ଚିକତ୍ସା କରିଥିଲେ ।ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।ବୃଦ୍ଧାଙ୍କର ଜିଲ୍ଲା ମେଡ଼ିକାଲରେ ବର୍ତ୍ତମାନ ଚିକତ୍ସା ଜାରି ରହିଛି ।ଏ ନେଇ ବୃଦ୍ଧା ସୁଶିଳାଙ୍କ ପକ୍ଷରୁ କାଳୀଛକ ବଣିକ ସଂଘର ନିଷ୍ପତି କ୍ରମେ ସଂଘର ସଭାପତି ବିଜୟ କୁମାର ଦାସ ଓର୍କେଲ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି ।ଉକ୍ତ ଏତଲାକୁ ଭିତ୍ତିକରି ଥାନାରେ କେଶ ନମ୍ବର-୨୭୧/୨୦୨୪ ଦଫା-୧୨୬(୨),୭୪,୨୯୬,୧୧୫(୨),୧୧୮(1) ବି ଏନ୍ ଏସ ଏକ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।ତେବେ ବୃଦ୍ଧାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୋରୁକୋଣ୍ଡା ବ୍ଲକ କାମ୍ବେଡା ଗ୍ରାମର ସ୍ବର୍ଗତ ସମା ମାଢିଙ୍କ ପୁଅ ମୁକୁନ୍ଦ ମାଢି ବୋଲି ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…