କଟକ(ନିରଞ୍ଜନ ମଲ୍ଲ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗାଁର ରଞ୍ଜନ କୁମାର ସାମଲଙ୍କ ଅକାଳ ବିୟୋଗ ଘଟିଛି।ସେ ସ୍ବର୍ଗତ ଜଗବନ୍ଧୁ ସାମଲଙ୍କ ବଡ଼ ପୁଅ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ , ଧର୍ମ ପରାୟଣ , ଜନପ୍ରିୟ ବ୍ୟକ୍ତି ଥିଲେ। ସେ ମଙ୍ଗଳବାର ଦିନ ସନ୍ଧ୍ୟାରେ ବଜାରକୁ କୌଣସି କାମରେ ଯାଇଥିବା ବେଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ସହ ଅସୁସ୍ଥତା ଅନୁଭବ କରିବାରୁ ଘରକୁ ଆସିଥିଲେ। ଗ୍ୟାସ ବଟିକା ଖାଇ ରାତ୍ରି ଭୋଜନ କରିଥିଲେ। ତେବେ ରାତି ପ୍ରାୟ ୧୧ଟା ସମୟରେ ନିଶ୍ଵାସ ନେବାରେ ଅସହଜ ହେବା ସହ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ନେଇ ଯାଉଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଯିବା ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା ଆଶଙ୍କା କରାଯାଉଛି। ଶବ ବ୍ୟବଛେଦ ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତାଙ୍କ ଶେଷ କୃତ୍ୟ ପାଇଁ ତାଙ୍କ ଗାଁ ଏକରୁଖି ନିଆଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଶତାଧିକ ଲୋକ ଶୋକାକୁଳ ପରିବେଶ ମଧ୍ୟରେ ଶେଷ ଦର୍ଶନ କରିଥିଲେ। ତାଙ୍କର ହତଭାଗୀନି ପତ୍ନୀ , ଝିଅ ଏବଂ ଛୋଟ ପୁଅ ଅଛନ୍ତି।ସ୍ବର୍ଗତ ରଞ୍ଜନ ସାମଲ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଅଡିଟର ଭାବେ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ଥିଲେ। ତାଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ପୁଅ ପାୟୀଲୁ ସାମଲ ମୁଖାଗ୍ନୀ ଦେଇଥିଲେ।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…