ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଉପରେ ଜିଲ୍ଲା ଟାସ୍କ ଫୋର୍ସ ଦ୍ଵାରା ଚଢଉ କରାଯାଇ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ସହରର ବିଭିନ୍ନ ପରିବା ଦୋକାନ, ହୋଟେଲ, ଗ୍ୟାରେଜ ଓ ମାଛ ଏବଂ ମାଂସ ବଜାର ବୁଲି ଶିଶୁ ଶ୍ରମିକ ବିରୁଦ୍ଧରେ ସଚେତନତା କରାଯାଇ ଲିଫଲେଟ ବଣ୍ଟନ କରାଯାଇଛି । ଏହି ଚଢଉରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପ୍ରସନ୍ନ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଓ ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରୁ ଗଙ୍ଗା ବଡରାଜୁ ଶବର,ପ୍ରେମ ମାଢି ଓ ମିନତି ମାଢି, ଚାଇଲ୍ଡ ଲାଇନରୁ କୁମାରୀ ଜୟା, ପରିବର୍ତ୍ତନ ଏନଜିଓରୁ କେ ମିସାଇଲ ରାଜୁ ଓ ପୋଲିସ କର୍ମଚାରୀ ସାମିଲ ଥିଲେ।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…