ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ପୋଷଣ ମାସ ପାଳିତ ହୋଇଯାଇଛି। ଏହି ଅବସରରେ ପଡିଆ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ପଡିଆ ସମନ୍ଵିତ ଶିଶୁ ବିକାଶ ବିଭାଗ ଓ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପୋଷଣ ମାସ ପାଳନର ଆବଶ୍ୟକତା ଓ ଏହାର ଆଭିମୁଖ୍ୟ ବାବଦରେ ଆଲୋଚନା କରାଯଇଥିଲା। ଏହି ଅବସରରେ ପ୍ରଥମେ ଏକ ସାଧାରଣ ରାଲି କରାଯାଇ ପଡିଆ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ ପୋଷଣ ମାସ ପାଳନ ନେଇ ସଚେତନ କରାଯାଇଥିଲା। ଏହାପରେ ବୈଠକ ଜରିଆରେ ଉପସ୍ଥିତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଡିଆ ସମନ୍ଵିତ ଶିଶୁ ବିକାଶ ଅଧିକାରୀଣୀ ରିନା ରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ, ପ୍ରସୂତି ମା, କିଶୋରୀ ବାଳିକାମାନଙ୍କୁ ରକ୍ତହୀନତା, କୁପୋଷଣର ଚିହ୍ନଟକରଣ ଓ ଦୁରୀକରଣ ନେଇ ଆଲୋଚନା କରିଥିଲେ। ଏଥିସହ ସମନ୍ଵିତ ଶିଶୁ ବିକାଶ ବିଭାଗ ଓ ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଛଳରେ ଉପଲବ୍ଧ ବିଭିନ୍ନ ପ୍ରକାର ପନିପରିବା, ଶାଗ,ଡାଲି, କ୍ଷୁଦ୍ର ଶଷ୍ୟ ଓ ଏଥିରେ ନିର୍ମିତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ନିଲିଗୁଡା ପଞ୍ଚାୟତ ସୁପରଭାଇଜର ରମ୍ଭା ଖରା, ଶିମିଳିବାଞ୍ଛା ସୁପରଭାଇଜର ମେରୀ ଲିଆମା ଜନ୍, ଆଇଜିଡି ଜିଲ୍ଲା ସଂଯୋଜକ ପ୍ରଶାନ୍ତ ସାହୁ, ପଡିଆ ବ୍ଲକ ପୋଷଣ ସଂଯୋଜକ ଚୀନାମ ଅଲ୍ଲୀ, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ରାଜେଶ ସର୍ଦାର ଓ ମମତା ପ୍ରୋଗ୍ରାମ ସହଯୋଗୀ ସଞ୍ଜୀତ ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଆଇଜିଡି ଏନଜିଓ କର୍ମୀ ଝିଲି ସିଲ୍, ଗୋବିନ୍ଦ ସର୍ଦାର, ନୟାମୀ ଖରା ଓ ପୂଜା ଚକ୍ରବର୍ତ୍ତୀ ପ୍ରମୂଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଡିଆ ସମନ୍ୱିତ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଆଠଟି ପଞ୍ଚାୟତର ଶତାଧିକ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…