ପ୍ରଥମ ଉପରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ଗୁରୁଙ୍କ ସମ୍ବର୍ଦ୍ଧନା ସଭା।

ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ସଭା ଗୃହରେ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ବହୁ ଆଡମ୍ବର ସହ ପାଳିତ ହୋଇଛି।ଏହି ଗୁରୁଦିବସକୁ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିବା ବେଳେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗୁରୁ ଶିଷ୍ୟ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଅଶୋକ କୁମାର ଷଡ଼ଙ୍ଗୀ ଗୁରୁର ଗୁରୁ ହେଉଛନ୍ତି ଭଗବାନଙ୍କ ସ୍ୱରୂପ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଉମେଶ ଚନ୍ଦ୍ର ରାଉତ ଇଂରାଜୀ ବିଭାଗ ମୁଖ୍ୟ ଯୋଗଦାନ କରି ଛାତ୍ର ମାନେ ପାଠ ପଢା ଶେଷ ପରେ ଭକ୍ତି ପୂର୍ବକ ସମ୍ମାନ କରିବା ଉଚିତ। ତାଙ୍କରି ବକ୍ତବ୍ୟରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀମାନେ ଅଭିଭାଷଣ ପ୍ରଦାନ କରିଥିଲେ।ପୁରାତନ ଛାତ୍ର ଦିଲ୍ଲୀପ ସୁମାନୀ, ଜଗୁ ପଡିଆମୀ, ଅନୀଲ ଜୈନ,ସନ୍ତୋଷୀ ସାହା, ସୁଜିତ କୁମାର ପାଣିଗ୍ରାହୀ ମଞ୍ଚାସୀନ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀଙ୍କୁ ପୁଷ୍ପଗୁଛ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ସଭା ପ୍ରାରମ୍ଭରେ ଦ୍ଵିତୀୟ ରାଷ୍ଟ୍ରପତିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଶହେରୁ ଉର୍ଦ୍ଧ୍ୱ ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଶିକ୍ଷା ବିଭାଗ, ବାଣିଜ୍ୟ ବିଭାଗ,ଅର୍ଥ ଶାସ୍ତ୍ର ବିଭାଗ ସମେତ ଅନ୍ୟାନ୍ୟ ସମ୍ମାନ ବିଭାଗ ନିଜ ନିଜ ବିଭାଗରେ ଗୁରୁ ଦିବସ ପାଳନ କରିଥିଲେ।ସଭା ଶେଷରେ ପ୍ରେମରେଖା ଭତ୍ରା ଅଧ୍ୟାପିକା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମଥର ପାଇଁ ମହାବିଦ୍ୟାଳୟରେ ପୁରାତନ ଛାତ୍ର ମାନେ ଏହିଭଳି ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ କରିଥିବାରୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page