ଥମୁନି ଜନନୀ ଯନ୍ତ୍ରଣା ; ଖଟିଆରେ ବୁହାହେଲେ ଗର୍ଭବତୀ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ବଡ଼ପଦର ଗ୍ରାମ ପାଞ୍ଚଯାତ ମେଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦୀର୍ଘ ଦୁଇ କିଲୋମିଟର ଦୂର ଭାରରେ ବୁହାହେଲେ ଗର୍ଭବତୀ।ଚିତ୍ରକୋଣ୍ଡା ସଦର ମହକୁମା ଠାରୁ ପନ୍ଦର କିଲୋମିଟର ଦୂର ବଡ଼ପଦର ପଞ୍ଚାୟତ ମେଟାଗୁଡା ଗ୍ରାମ। ଏହି ଗ୍ରାମରେ ବାସ କରନ୍ତି 55 ରୁ ଉର୍ଦ୍ଧ ପରିବାର।ସେଇ ଗ୍ରାମର ବାଲି ଖିଲଙ୍କ ସ୍ତ୍ରୀ ଲକ୍ଷ୍ମୀ ଖିଲ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ବାଲି ଖିଲ ପଣସଗନ୍ଧି ଗ୍ରାମ ଆଶାଦିଦି ପଦ୍ମା କିରସାନୀଙ୍କ ସହାୟତାରେ ଚିତ୍ରକୋଣ୍ଡା ସ୍ଥିତ ଉପଖଣ୍ଡୀୟ ଚିକିତ୍ସାଳୟରେ ଥିବା ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପ୍ରବଳ ବର୍ଷା ଓ ଗାଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଦୁଇ କିଲୋମିଟର ପୂର୍ଵ ସଙ୍ଗମଗୁଡା ଗ୍ରାମ ଛକ ଠାରେ ଅଟକି ଯାଇଥିଲା। ଆମ୍ବୁଲାନ୍ସ ଗ୍ରାମକୁ ନଆସିବାରୁ ଆଶା ଦିଦି ଗ୍ରାମବାସୀଙ୍କ ସାହାୟତାରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଲଷ୍ମୀ ଖିଲଙ୍କୁ ଦୀର୍ଘ ଦୁଇ କିଲୋମିଟର ଦୂର କାଦୁଅ ପଚ ପଚ ଖାଲ ଢ଼େପ ରାସ୍ତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ।ସେଠାରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ଲଷ୍ମୀଙ୍କୁ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଲଷ୍ମୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page