କୁକୁର ମଣିଷର ଅତି ବିଶ୍ଵସ୍ତ ବନ୍ଧୁ ଭାବେ ବେଶ ଜଣାଶୁଣା। କୁକୁର ଯାହାକୁ ଭଲ ପାଇଯିବେ ତା ପାଇଁ ଜୀବନ ମଧ୍ୟ ଦେଖିପାରନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଅତି ମାଓ ପ୍ରବଣ ଅଞ୍ଚଳ। ଏଠାରେ ଦଶନ୍ଧି ଦଶନ୍ଧି ଧରି ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାକର୍ମୀ ମାଓବାଦୀଙ୍କ ସହ ଲଢେ଼ଇ ଜାରି ରଖିଛନ୍ତି। ମାଓବାଦୀ ପ୍ରଭାବିତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ଲଢେଇ ବିଭିନ୍ନ ସ୍ତରରେ ଚାଲିଛି। କୁକୁର ଦଳ, ସୁରକ୍ଷାବାହିନୀର ଘନିଷ୍ଠ ସାଥୀ ମଧ୍ୟ ଏହି ଅଘୋଷିତ ଲଢେଇରେ ସହଯୋଗ କରୁଛନ୍ତି। ଏହି କୁକୁର ସ୍କ୍ବାର୍ଡର ରାନୀ ବିସ୍ଫୋଟକ ସାମଗ୍ରୀ ଖୋଜିବାରେ ପାରଦର୍ଶୀତା ହାସଲ କରିଛି। “ରାନୀ” ବିଜାପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲିଆ ରାସ୍ତା ଖୋଲିବା ଯବାନଙ୍କର ନେତୃତ୍ୱ ନେଇଛି। ରାନୀ ଜଣେ ଝିଅ କିମ୍ବା ମହିଳା ନୁହଁନ୍ତି ବରଂ ସେନାବାହିନୀରେ କୁକୁର ଦଳର ସଦସ୍ୟ। ବିସ୍ଫୋଟକ ଚିହ୍ନଟ କରିବାରେ ରାନୀର ଭୂମିକା ଅତି ପ୍ରଭାବଶାଳୀ। ରାନୀ ବିଜାପୁର ଜିଲ୍ଲା ପୋଲିସ ଫୋର୍ସର ଜଣେ ସଦସ୍ୟ। ଦୁଇମାସ ପୂର୍ବେ ମାଓବାଦୀମାନେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ଗଡାମଲି ଠାରୁ କଡେର ଯିବା ରାସ୍ତାରେ 30 କିଗ୍ରା ଲେଖାଏଁ ଦୁଇଟି ପାଇପ୍ ବୋମା ଏବଂ 10 କିଲୋଗ୍ରାମର ପ୍ରେସର କୁକର IED (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଖଞ୍ଜିଥିଲେ। ମାଓବାଦୀମାନେ ଯବାନମାନଙ୍କ ପାଇଁ ବଡ କ୍ଷତି ଘଟାଇବାକୁ ଚାହୁଁଥିଲେ କିନ୍ତୁ ଏହି ବାହିନୀର ନେତୃତ୍ୱ ନେଉଥିଲା ରାନୀ। ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଧୁରନ୍ଧର ସଙ୍ଗେ ସଙ୍ଗେ ବୋମାକୁ ଚିହ୍ନଟ କରି ଯବାନଙ୍କ ଜୀବନ ରକ୍ଷା କରିଥିଲା। କିଛି ସମୟ ପରେ, ବୋମା ନିଷ୍କ୍ରୀୟକାରୀ ଦଳ ବିସ୍ଫୋରକ ସାମଗ୍ରୀକୁ ଡିଫ୍ୟୁଜ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…