ମାଲ୍ୟବନ୍ତ ସ୍ବେଛାସେବୀ ସମିତି ପକ୍ଷରୁ ୧୦୦ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧ, ପିଲାଙ୍କୁ ଶୀତ ବସ୍ତ୍ର ବଣ୍ଟନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓ ବାଲିମେଳା ସହରରେ ଥିବା ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ସମ୍ପାଦକ ମହେନ୍ଦ୍ର ନାଥ ରାୟ, କୋଷାଧକ୍ଷ ରତିକାନ୍ତ ମହନ୍ତ, ସକ୍ରିୟ ସଭ୍ୟ ବିଜୟ କୁମାର ପ୍ରଧାନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ପ୍ରାନ୍ତ ସେବା ପ୍ରମୁଖ ରବୀନ୍ଦ୍ର ନାଥ ରାୟ, ସଂଘର ବ୍ୟବସ୍ଥା ପ୍ରମୁଖ ଜିତେନ୍ଦ୍ର କୁମାର ପାଇକରାୟ, କମୁଳୁ ପୂଜାରୀ ପ୍ରମୁଖ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚଯାତ ଅଧିନସ୍ତ କନ୍ଧ ଗୁଡା ଗ୍ରାମରେ ବସବାସ କରୁଥିବା ବୃଦ୍ଧା ବୃଦ୍ଧଙ୍କ ସମେତ ପିଲାମାନଙ୍କୁ ମିଶାଇ ମୋଟ ୩୬ଜଣଙ୍କୁ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ କମ୍ବଳ ଓ ସ୍ଵେଟର ବଣ୍ଟନ କରାଯାଇଛି। ସେହିପରି ମାଲ୍ୟବନ୍ତ ସ୍ବେଛାସେବୀ ସମିତିର ବାଲିମେଳାର ଏହି କର୍ମକର୍ତ୍ତା ଓ ସଦସ୍ୟ ମାନେ ବିଛିନ୍ନାଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ପଞ୍ଚାୟତ ଅଧିନସ୍ତ ସିଦ୍ଧିପୁଟ ଓ ମୁକୁଡି ପାଲ୍ଲୀ ଗ୍ରାମରେ
ପହଁଞ୍ଚି ଉପରୋକ୍ତ ଦୁଇଟି ଗ୍ରାମରେ ବସବାସ କରୁଥିବା ଗରିବ ଶ୍ରେଣୀର ବୃଦ୍ଧ ବୃଦ୍ଧାଙ୍କ ସହ ପ୍ରାୟ ୮୦ ରୁ ଉର୍ଦ୍ଧ ପିଲାମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ କମ୍ବଳ ଓ ସ୍ଵେଟର ତଥା ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଲମ୍ବି ଓ ସମା ସମରୋସତା ପାଇଁ ଏହି ସ୍ବେଛାସେବୀ ସମିତି ସର୍ବଦା କାମ କରିଆସୁଛି। ଏଥିସହ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଅଧିକାଂଶ ଅଞ୍ଚଳରେ କରାଯାଉଥିବା ସଙ୍ଘ ପ୍ରାନ୍ତ ପ୍ରମୁଖ ରବୀନ୍ଦ୍ର ନାଥ ରାୟ ସୂଚନା ଦେଇଛନ୍ତି।

  • Related Posts

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    ଅଣାୟତ୍ତ ମାଛ ଓ ମାଂସ ଦର : ଏନଏସି କତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦିନକୁ ଦିନ ମାଛ ମାଂସ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାର ଦେଖିବାକୁ ମିଳିଛି।ଗତକାଲି ତଥା ୧-ଜାନୁଆରୀ ୨୦୨୫ ରିଖ ଠାରୁ ବାଲିମେଳା ସହର ସମେତ କୋରୁକୋଣ୍ଡା ସଦର ମହକୁମାରେ ବ୍ୟବସାୟ କରୁଥିବା କିଛି…

    Leave a Reply

    Your email address will not be published. Required fields are marked *

    You cannot copy content of this page