ନିଆଁରେ ପୋଡିଗଲା ବହୁ ମୂଲ୍ୟବାନ ଆସବାବପତ୍ର : କାରଣ ଅସ୍ପଷ୍ଟ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ସାହି ବାସିନ୍ଦା ପୂର୍ଣଚନ୍ଦ୍ର ନାୟକଙ୍କ ଘରେ ଭଡାରେ ରହୁଥିବା ହିମାଂଶୁ ଶେଖର ସାହୁଙ୍କ ଘରେ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ମିନିଟରେ ଘରେ କେହିବି ନଥିଲା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଘର ଭିତରେ ଥିବା ଏକ ଟିଭି ସମେତ ବହୁ ମୂଲ୍ୟବାନ ଆସବାବ ପୋଡି ନଷ୍ଟ ହୋଇଯାଇଛି। ତେବେ ହିମାଂଶୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହିମାଂଶୁଙ୍କ ସ୍ତ୍ରୀ କୌଣସି କାର୍ଯ୍ୟରେ ଏନଏଏସି କାର୍ଯ୍ୟାଳୟକୁ ଯାଇଥିବା ବେଳେ ହିମାଂଶୁ ଏବଂ ତାଙ୍କ ପୁଅ ସ୍କୁଲକୁ ଯାଇଥିଲେ। ହିମାଂଶୁଙ୍କ ଘର ସକାଳୁ ତାଲା ପଡି ରହିଥିଲା।ସେ ଅପରାହ୍ନରେ ତାଙ୍କ ପୁଅକୁ ସ୍କୁଲରୁ ଆଣି ତାଲା ଖୋଲିଲା ବେଳକୁ ଘର ଭିତରେ ନିଆଁ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ସହ ପ୍ରବଳ ଧୂଆଁ ବାହାରୁ ଥିବା ଦେଖି ଭୟଭୀତ ହୋଇ ତୁରନ୍ତ ଚିତ୍କାର କରିଥିଲେ। ହିମାଂଶୁଙ୍କ ସହ ସାହି ଲୋକଙ୍କ ଉଦ୍ୟମରେ ପାଣି ଢାଳି ନିଆଁ ଲିଭାଯାଇଥିଲା। ତେବେ ଘରେ ତାଲା ପଡ଼ିଥିବା ବେଳେ ଘର ଭିତରେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page