
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାରେ ଅବସ୍ଥିତ ଜିଡପାଲିରେ ଗତକାଲି ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା।ନକ୍ସଲମାନଙ୍କ ଦ୍ୱାରା ଆଜି ସେହି ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି। ଗୁରୁବାର ସନ୍ଧ୍ୟା ୭:୩୦ ଠାରୁ ଆରମ୍ଭ ହୋଇଥିବା ଭୀଷଣ ଗୁଳି ବିନିମୟ ଏବେ ମଧ୍ୟ ଜାରି ରହିଛି। ନକ୍ସଲ ଆକ୍ରମଣ ସମୟରେ କ୍ୟାମ୍ପରେ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଉପସ୍ଥିତ ରହିଥିବା ବେଳେ ଯବାନଙ୍କ ସହିତ ଆଗରେ ରହି ନକ୍ସଲଙ୍କୁ ଗୁଳିର ଜବାବ ଗୁଳିରେ ଦେଉଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଯବାନ ମାନେ ନକ୍ସଲମାନଙ୍କୁ ମୁହାଁମୁହିଁ ଉପଯୁକ୍ତ ପାଲଟା ଆକ୍ଦେରମଣ କରୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଉଭୟ ପାର୍ଶ୍ୱରୁ ରହି ରହି ଗୁଳି ବିନିମୟ ଜାରି ରହିଛି।