
କୋରାପୁଟ(କ୍ରୋନିକ ଓଡ଼ିଶା) କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଡିସେମ୍ବର ୩ ତାରିଖ ଦିନ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ଭାରାପ୍ରାପ୍ତ ଜୟପୁର ନଗରପାଳିକା ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ବିରୁଦ୍ଧରେ ଲକ୍ଷାଧିକ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ମାନନୀୟ ଭିଜିଲାନ୍ସ ବିଶେଷ ନ୍ୟାୟାଧିଶ ଦ୍ବାରା ଜାରି ତଲାସି ଓ୍ବାରେଣ୍ଟକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସର ୨୦ ଜଣିଆରୁ ଉର୍ଦ୍ଧ୍ବ ଏକ ଟିମ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ଏବେ ସୁଦ୍ଧା ଜୟପୁର ଠାରେ ଏକ ତିନି ମହଲା ବିଶିଷ୍ଟ କୋଠା , ଗଞ୍ଜାମ ସ୍ଥିତ ବେଲଗୁଣ୍ଠା ଠାରେ ଦୁଇ ମହଲା କୋଠା , ଜୟପୁର ବ୍ଲକ ଏବଂ ନଗରପାଳିକା କାର୍ଯ୍ୟାଳୟ କକ୍ଷ , ଜୟପୁର ସ୍ଥିତ ତାଙ୍କ ପତ୍ନୀଙ୍କ ଡାଏଟ କାର୍ଯ୍ୟାଳୟ କକ୍ଷ , ଭୁବନେଶ୍ୱର ପଟିଆ ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି। ତେବେ ସମ୍ପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ଚଢାଉ ଶେଷ ପରେ ହସ୍ତଗତ ହୋଇପାରିବ ବୋଲି ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।