
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଏର ଆସୋସିଏସନ ତାର ନିଜସ୍ୱ ଗୃହ ଏମପି, ଏମଏଲଏ ପାଣ୍ଠି ଓ ମେମ୍ବର ମାନଙ୍କ ଡୋନେସନରେ ଗୃହ ନିର୍ମାଣ ହୋଇଛି।ଉକ୍ତ ସଂସ୍ଥା ଓକିଲ ମାନଙ୍କ ପାଇଁ କାମ କରୁଛି ସେଥିରେ ଜିଲ୍ଲା ଓକିଲ ସଂଘର କୋଣସି ଭୂମିକା ନାହିଁ।ଜିଲା ବାର ଆସୋସିଏସନ ଏବଂ ଓକିଲ ମାନଙ୍କ ପାଇଁ ଜୁଡିସିଆଲ କଂପ୍ଲେସ ଭିତରେ ବିଲିଡିଂ ହାଇକୋର୍ଟ ଯୋଗାଇ ଦେବାର ପ୍ରାବିଧାନ ରହିଛି।ସେଥିପାଇଁ ଚିଠି ନମ୍ବର ୧୨୭୧୦ ତାରିଖ୦୮/୦୮/୨୪ ହାଇକୋର୍ଟ ଜିଲ୍ଲା ଜର୍ଜ ଙ୍କୁ ବାର ଆସୋସିଏସନ ର ନୂତନ ଗୃହ ପାଇଁ ଫିଜିବିଲିଟି ରିପୋର୍ଟ ମାଗିଥିଲେ।ଜିଲ୍ଲା ଜର୍ଜ ଙ୍କ ତରଫରୁ ଫିଜିବିଲିଟି ରିପୋର୍ଟ ହାଇ କୋର୍ଟ କୁ ଦିଆ ସରିଛି।ଜୁଡିସିଆଲ କଂପ୍ଲେସ ଭିତରେ ଖୁବ ଶୀଘ୍ର ଜିଲା ବାର ଆସୋସିଏସନ ର ଗୃହ ଓ କନ୍ଫଫ୍ରେନ୍ସ ଗୃହ ନିର୍ମାଣ ହେବ।କିଛି ବାର ଆସୋସିଏସନ ସଭ୍ୟ ଓ ସଭାପତି ଶନିବାର ଜିଲାପାଳ ଙ୍କୁ ଅଭିଯୋଗ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ।ସେଥିରେ ବାର ଆସୋସିଏସନ ନାମ ଓ ସମ୍ପାଦକ ବିଜୁ ସରକାର ସେମାନଙ୍କ ସହ ନଥିବା ବେଳେ ତାଙ୍କ ନାମ ବ୍ୟବହାର କରିଥିବା ନିନ୍ଦନୀୟ।ବ୍ୟକ୍ତିଗତ ଅଭିଯୋଗ କୁ ବାର ଆସୋସିଏସନ ନାମ ଦେଇ ଆମ ଅନ୍ୟ ସମସ୍ତ ସଭ୍ୟ ଓ ଏଜୁକୁଟିଭି ବଡି ନଜାଣିଥିବା ବେଳେ ଏହା ଭିତିହିନ ଅଭିଯୋଗ କୁ ଆମେ ସଙ୍ଘ ତରଫରୁ ଖଣ୍ଡନ କରୁଛୁ।ଏନେଇ ଯେଉଁ ଗଣମାଧ୍ୟମ ଖବର କାଢ଼ିଛନ୍ତି।ସତ୍ୟାସତ୍ୟ ଆନୁଧ୍ୟାନ କରି ଖବର ପରିବେଷଣ କରିବାକୁ ଅନୁରୋଧ କରାଯାଇଛି।ଏନେଇ ଓକିଲ ସଂଘ ସଭା ଗୃହରେ ଏକ ଜରୁରୀ ବୈଠକ ଡକା ଯାଇଥିଲା।ସେହି ବୈଠକରେ ରେ ନିଷ୍ପତ୍ତି ହୋଇଛି ସୋମବାର ବାର ଆସୋସିଏସନ ତରଫରୁ ସମସ୍ତ ସତ୍ୟ ଜିଲାପାଳ ଓ ଜିଲାଜର୍ଜ ଙ୍କ ନିକଟରେ ଦିଆଯିବ।ଲୟର ଆସୋସିଏସନ ଜନସାଧାରଣ ଓ ସାଧାରଣ ଜନତା ପାଇଁ କାମ କରୁଛନ୍ତି।ସେମାନଙ୍କୁ ଧନ୍ୟବାଦ ଦେବକଥା।ତା ବଦଳରେ ଏଭଳି କରିବା ନିନ୍ଦନୀୟ।ଜିଲ୍ଲାରେ ବିଭିନ୍ନ ସଙ୍ଘ ତାର କାର୍ଯ୍ୟାଳୟ କରିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ନିନ୍ଦନୀୟ।ସାମ୍ବାଦିକ ସଙ୍ଘ ଦୁଇ ତିନୋଟି ଥିଲେ ବି ଯିଏ ଯାହାର ସଙ୍ଘ ଗୃହ କରୁଛନ୍ତି।ଅନ୍ୟ ସଂଘ ଯାଇ ସେ ସଙ୍ଘ ଆମର ବୋଲି କହୁନଥିବା ବେଳେ ସେହିପରି ଆଇନିଜୀବୀ ସଙ୍ଘ ଦୁଇଟି ସେଥିରେ ସେହି କୁଚକ୍ରି ବ୍ୟକ୍ତି ଶିକ୍ଷିତ ହୋଇ ଏପରି କରିବା ନିନ୍ଦନୀୟ।