
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ପୋଲିସ ଖବର ପାଇ ଡାଈକ-୩-ବାଲିମେଳା ଛକ ମୁଖ୍ୟ ରାସ୍ତାରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଜଗି ରହିଥିଲା। ଦ୍ରୁତ ଗତିରେ ଗୋଟିଏ ବାଇକ କିଛି ବ୍ୟାଗ ନେଇ ଡାଈକ-୩ ପଟୁ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ। ଯାଞ୍ଚ ପରେ ଉକ୍ତ ବ୍ୟାଗ ରୁ ପୋଲିସ ୨୨ କିଲୋ ଗଞ୍ଜେଇ ଜବତ କରିଥିଲା। ତେବେ ୨ ଚାଲାଣକାରୀ ହେଲେ ପ୍ରତାପ ଖେମୁଣ୍ଡୁ ଏବଂ ସୁନା ଖେମୁଣ୍ଡୁ। ସେମାନଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ରାସବେଡ଼ା ଗ୍ରାମର ବୋଲି ଜଣାପଡିଛି। ତେବେ ସେମାନେ ଏହି ଗଞ୍ଜେଇ କୁ ତେଲେଙ୍ଗାନା ରାଜ୍ୟ କୁ ଚାଲାଣ କରୁଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ। ଆଜି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।