ମାଲକାନଗିରି ଜିଲ୍ଲାର ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ବାଲିମେଳା ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍କୁଲ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ମନୋଜ କୁମାର ନାୟକ ,ସମ୍ପାଦକ ବିଜୟ କୁମାର ରାଉତ, ସଭାପତି କୃପାସିନ୍ଧୁ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ସ୍ୱାଇଁ, କୋଷାଧ୍ୟକ୍ଷ ରଞ୍ଜିତ ଦାସ ,ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,ବରିଷ୍ଠ ଗୁରୁଜୀ ସୁବାଷ ଚନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରାୟ ୬୦ ରୁ ଉର୍ଦ୍ଧ କୁନି କୁନି ଶିଶୁ ମାନଙ୍କୁ ନେଇ ରାଧା ଓ ଶ୍ରୀକୃଷ୍ଣଙ୍କ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ଦିବସରେ ଭାରତୀୟ ହିନ୍ଦୁ ସଂସ୍କୃତି ପ୍ରତି ତାଙ୍କର ଅବଦାନ କଣ ଥିଲା ସେ ସମ୍ପର୍କରେ ମୁଖ୍ୟ ଅତିଥି ମନୋଜ ନାୟକ ପିଲାମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏହା ପରେ ରାଧା ଓ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିଥିବା ପିଲାମାନେ ଏକ ଶୋଭାଯାତ୍ରାରେ ବାହାରି ବାଲିମେଳା ସହର ପରିକ୍ରମା କରିଥିଲେ ।ତାଙ୍କୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।ସେହିପରି ବାଲିମେଳା ସହରରେ ଥିବ ସ୍ୱାମୀ ବିବେକାନନ୍ଦ ସ୍ମାର୍ଟ ସ୍କୁଲ ପକ୍ଷରୁ ଆଖଣ୍ଡଳମଣି ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସମ୍ମାନିତ ଅତିଥି ଭାବେ ସିଆରସିସି କଲ୍ୟାଣି ସ୍ୱାଇଁ, ରାଜସ୍ବ ନିରୀକ୍ଷକ ସନ୍ତୋଷ କୁମାର ରାଉତ ,ଚିତ୍ରକୋଣ୍ଡା ଭି ଏସ ଏସର ପ୍ରତିଷ୍ଠାତା ନରେଶ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟର ନର୍ସରି,ଏଲକେଜି ଓ ୟୁକେଜିର ପ୍ରାୟ ୫୦ରୁ ଉର୍ଦ୍ଧ ପିଲାମାନଙ୍କୁ ନେଇ ରାଧା ଓ ଶ୍ରୀକୃଷ୍ଣଙ୍କ ବେଶ ପ୍ରତିଯୋଗିତା ହୋଇଥିଲା ।ରାଧା ଓ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିଥିବା ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ ।ସ୍କୁଲ ପିଲାମାନଙ୍କ ପକ୍ଷରୁ ଦହି ହାଣ୍ଡି ଭଙ୍ଗା ଯାଇଥିଲା ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଅତିଥିମାନେ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…