
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲା ପଂଚାୟତ ପିଅନ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ସଭାପତି ଡମ୍ବରୁଧର ଭୁମିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ, ଯୋଗ ଦେଇ ଗ୍ରାମ ପଂଚାୟତ ପିଅନ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଦାବି ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।ଓଡିଶାରେ ୬୭୯୪ ଗ୍ରାମ ପଂଚାୟତରେ କାର୍ଯ୍ୟରତ ପିଅନ ମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ସେମାନଙ୍କୁ ସରକାର ୧୫୦୦ ଟଙ୍କା ଦରମା ଦେବା ଏକ ଲଜ୍ୟାର ବିଷୟ। ସରକାରୀ ଶ୍ରମିକ ମାନଙ୍କ ମଜୁରୀ ଦୈନିକ ୪୫୦ ଟଙ୍କା କରିଥିଲା ବେଳେ ପଂଚାୟତ ପିଅନ ମାନଙ୍କୁ ମାସିକ ୧୫୦୦ ଟଙ୍କା ଦରମା ପାଇବା ଗୋତି ଶ୍ରମିକଙ୍କ ଠାରୁ ଆହୁରି ହିନ ବୋଲି ଏହାକୁ ନିନ୍ଦା କରାଯିବା ସହ ତୁରନ୍ତ ରାଜ୍ୟ ସରକାର ୧୦ ଦଫା ଦାବି ନମାନିଲେ ସାରା ରାଜ୍ୟରେ ୬୭୯୪ ଜଣ ପିଅନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତିା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ପଂଚାୟତ ପିଅନମାନେ ଅଂଶଗ୍ରହଣ କରିଥିଲୋ