
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା। ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ, ଓ ଜ୍ଞାନଯଜ୍ଞ ଅବସରରେ ସକାଳୁ ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ, ମା ‘ ପାଟ୍ଟଖଣ୍ଡା ଓ ମା ‘ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମହାମାୟୀ ଦେବୀଙ୍କ ପ୍ରାଙ୍ଗଣରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦ ରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ।ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ବହୁତ ଆକର୍ଷଣୀୟ ହୋଇଥିବାରୁ ଏହା ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମିଥିଲା।ଏଥିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣ ରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।