ପୁଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢଉ : ମହୁଲି ପୋଚ ସହ ମଦ ଜବତ।

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଞ୍ଚଳର ଗରିବ ଶ୍ରେଣୀର ଲୋକେ ଏହି ମଦ ପିଇ ମାତାଲ୍ ହୋଇ ପରିବାରରେ ଅଶାନ୍ତିର କାରଣ ସାଜିଥିବା ଅଭିଯୋଗ ମଧ ହେଉଛି । ଅଞ୍ଚଳବାସୀଙ୍କ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ସାଙ୍କୁସବାଲି,ପାଟାମାହା ଓ ଡଲକିପଡିରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତିନିଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ ହୋଇଥିବା ସୂଚନା ମିଳିଛି । ଏ ନେଇ ଭିନ୍ନ ଭିନ୍ନ ଚାରୋଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବାଲିଗୁଡ଼ା ପୋଲିସ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page