ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ଯେପରି ଅଧିକ ରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କଫି ବଗିଚା ର ଆଧୁନିକିକରଣ କରାଯଇଥିଲା l ଏଥିରେ କାଫେ ନିର୍ମାଣ ଓ ଶିଶୁ ଉଦ୍ୟାନ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଇଥିଲା l ତେବେ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା l ଏହାକୁ ଗତ ୧ /୧୧/୨୩ ରେ ପୂର୍ବତନ ବିଧାୟକ ସାଲୁଗାପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ତେବେ କାର୍ଯ୍ୟ ସରିଥିଲେ ବି କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥ ଅନୁଦାନ କେଉଁ ବିଭାଗ ପ୍ରଦାନ କରିଛି, କାର୍ଯ୍ୟରମ୍ଭ ଓ ଶେଷ ତାରିଖ, କାର୍ଯ୍ୟ ନିର୍ବାହୀ ସଂସ୍ଥା ର ନାମ ରହି ଫଳକ ମରାଯିବା ର ସରକାରୀ ନିୟମ ରହିଥିଲେ ବି ଜାଣିଶୁଣି ମରାଯାଇନଥିବା ଅଭିଯୋଗ ହୋଇଛି l ଏ ନେଇ ପଚାରିଲେ ବି ଦାରିଙ୍ଗବାଡି ପି ଆଇ ଏ ହୃଷିକେଶ ପ୍ରଧାନ ମୁହଁ ଖୋଲୁନଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରେ ସେ ନୂଆ ଆସିଛନ୍ତି ଏ ସମ୍ପର୍କରେ କିଛି ଜାଣିନଥିବା କଥା କହୁଥିବା ବେଳେ ଏହା ପୁରୁଣା ପିଡି ଙ୍କ କାର୍ଯ୍ୟ ବୋଲି କହି ଏଡାଇ ଯାଉଛନ୍ତି l ଦାରିଙ୍ଗବାଡି ର କଫି ଓ ଗୋଲ ମରିଚ ବଗିଚା ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଏହାର ଉନ୍ନତି କରଣ ନାମରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଦୃଢ଼ ଅଭିଯୋଗ ହେଉଛି l ଅଫିସର ଓ କର୍ମଚାରୀ ମାଲାମାଲ ହେଉଛନ୍ତି l ସେହିପରି ଗୋଟିଏ କାମରେ ଦୁଇଥର ଲେଖାଏଁ ବିଲ କରଯାଉଥିବା ଶୁଣିବାକୁ ମିଳୁଛି l କନ୍ଧମାଳ ଜିଲାର ଥଣ୍ଡା ଜଳ ବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ସରକାର ଚଳିତ ବର୍ଷ ଦାରିଙ୍ଗବାଡି ଓ ଜି. ଉଦୟଗିରି ସମେତ କ. ନୂଆଗାଁ, ଟିକାବାଲି,ଫିରିଙ୍ଗିଆ ଓ ରାଇକିଆ ରେ ୨ ହଜାର ହିତାଧିକାରୀ ଙ୍କୁ ସାମିଲ କରି ପ୍ରାୟ ୧ ହଜାର ୨୩ ହେକ୍ଟର ଜମିରେ କଫି ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି l କଫି ଗଛକୁ ଛାଇ ପ୍ରଦାନ ପାଇଁ ହେକ୍ଟର ପିଛା ଦୁଇହଜlର ହିସାବରେ କୋଡିଏ ଲକ୍ଷ ସିଲଭର ଓକ ଗଛ ଲଗାଯାଇଛି l ଆଗାମୀ ଦିନରେ ୨ ଶହ ଟନ ବିକ୍ରୀ ଯୋଗ୍ୟ କଫି ଉତ୍ପାଦନ ହେବ ବୋଲି ବିଭାଗ କହିଛି l ତେବେ ପ୍ରକୃତରେ ସରକାରଙ୍କ ଏହି କଫି ମିଶନ କାର୍ଯ୍ୟକ୍ରମ କେତେଦୂର ସଫଳ ହେବ ତାହା ସମୟ ହିଁ କହିବ l ଏଣୁ ବର୍ତମାନ ସରକାର ଭିଜିଲାନ୍ସ ବିଭାଗ ଦ୍ୱାରା ଏହି ବିଭାଗ ରେ ଚାଲିଥିବା ଦୁର୍ନୀତି ଓ ଅନିୟମିତତା ର ନିରପେକ୍ଷ ତଦନ୍ତ କରି ଦୁର୍ନୀତି ରେ ସମ୍ପୃକ୍ତ ଥିବା ଅଫିସର ଓ କର୍ମଚାରୀ ଙ୍କ ବିରୁଧରେ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାରିଙ୍ଗବାଡିର ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି l
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…