ଦୋକାନରୁ ଟଙ୍କା ଚୋରି କରି ଜଣେ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଧରା ପଡିଲା ଦୋକାନରୁ ଟଙ୍କା ଚୋରି କରି ଚମ୍ପଟ ମାରିଥିବା ଅଭିଯୁକ୍ତ।ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅନ୍ତର୍ଗତ ବାଲିମେଳା ମୁଖ୍ୟ ରାସ୍ତା ମିଶ୍ର ଛକ କଡ଼ରେ ଥିବା ମିଶ୍ର ଦୋକାନରୁ ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ ଓ କୋର୍ଟ ଚାଲାଣ।ଅଭିଯୁକ୍ତ ଜଣକ ହେଲେ ବାଲିମେଳା ଝାଟି ମାଟି ସାହିର ରୋହନ ସେଠୀ।ମିଳିଥିବା ସୂଚନା ଅନୁଯାୟୀ ଗତ ୧୮/୧୦/୨୪ ରିଖ ଦିବା ୧ ଟା ସମୟରେ ବାଲିମେଳା ମିଶ୍ର ଛକ ମୁଖ୍ୟ ରାସ୍ତା ନିକଟରେ ଥିବା ସୁଧାଂଶୁ ଶେଖର ମିଶ୍ରଙ୍କ ଦୋକାନରେ ତାଙ୍କ ସ୍ତ୍ରୀ ଥିବା ସମୟରେ ଅଭିଯୁକ୍ତ ରୋହନ ସେଠୀ ଦୋକାନକୁ କିଛି କିଣିବାକୁ ଆସିଥିଲେ। ସୁଧାଂଶୁଙ୍କ ସ୍ତ୍ରୀଙ୍କୁ କିଛି ଜିନିଷ ମାଗିବାରୁ ସେ ପଛକୁ ବୁଲି ଜିନିଷ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଦୋକାନରେ ଭରି ହୋଇଥିବା ଟଙ୍କା ବ୍ୟାଗରୁ ଟଙ୍କା ନେଇ ଆଖିପିଛୁଳା ବେଗରେ ରୋହନ ସେଠାରୁ ଚମ୍ପଟ ମାରିଥିଲା।କିଛି ସମୟ ପରେ ଶ୍ରୀମିଶ୍ର ଦୋକାନକୁ ଆସି ବ୍ୟାଗ ଦେଖିବାରୁ ସେଥିରେ ଥିବା ୪୦ ହଜାର ୨୦୦ ଶହ ଟଙ୍କା ନପାଇ ସ୍ତ୍ରୀଙ୍କୁ ପଚାରି ଥିଲେ। ହେଲେ ତାଙ୍କ ସ୍ତ୍ରୀ ସେ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ।କିଏ ନେଲା ବୋଲି ଖୋଜାଖୋଜି କରି ନପାଇବାରୁ ରୋହନ ଉପରେ ସନ୍ଦେହ କରି ଗତ ୧୯/୧୦/୨୪ ରିଖ ଦିନ ଓର୍କେଲ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ।ଏତଲାକୁ ଭିତି କରି ଓର୍କେଲ ପୁଲିସ ଅଭିଯୁକ୍ତ ଯୋହନଙ୍କ ଘରକୁ ଯାଇ ତଳାସି କରିବାରୁ ସମ୍ପୂର୍ଣ୍ଣ ଚୋରୀ ଟଙ୍କା ମିଳିଥିଲା।ପୁଲିସ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଥିଲେ ଓ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page