ଅଧାପନ୍ତରିଆରେ ପଡ଼ିଛି ଅଙ୍ଗନବାଡି ଗୃହ ; ଯୁବ କେନ୍ଦ୍ରରେ ଚାଲିଛି ଶିଶୁ ବିକାଶ।

ମାଲକାନଗିରି(କ୍ରୋନିକ ଓଡ଼ିଶା)୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଶିଶୁ ଏବଂ ମା ମାନଙ୍କ ପୃଷ୍ଟି ହୀନତା ଦୂର କରିବା ସହ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳା ଓ ଶିଶୁ ବିକାଶ ଯୋଜନା ଆରମ୍ଭ କରାଯାଇଥିଲା। ତେବେ ମହିଳା ଓ ଶିଶୁ ବିକାଶ ଯୋଜନା ଅଧୀନରେ ପ୍ରତ୍ୟେକ ଗାଁ ଏବଂ ସହରାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ଖୋଲା ଯିବାର ବ୍ୟବସ୍ଥା ରହିଛି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏପରି ଅନେକ ଗାଁ ଗଣ୍ଡା ରହିଛି ଯେଉଁଠି ଏଯାଏଁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନଥିବା ହେତୁ କୋମଳ ମତି ଶିଶୁମାନେ କେଉଁଠି ଗଛ ମୂଳରେ ବସି ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି ତ ପୁଣି ଆଉ କେଉଁଠି କାହା ଘର ବାରଣ୍ଡାରେ ଶିକ୍ଷା ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛି। ଏମିତି ଏକ ନିଜସ୍ଵ ଗୃହ ନଥିବା ଅଙ୍ଗନବାଡି କେନ୍ଦ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ନାକାମାମୁଡି ଗ୍ରାମ ପଞ୍ଚାୟତ କନିଙ୍ଗୀ ଗ୍ରାମରେ।ପୂର୍ବରୁ ଉକ୍ତ ଗ୍ରାମ କୁଡୁମୁଲୁଗୁମା ବ୍ଲକ ଅଧୀନରେ ଥିବା ବେଳେ ବର୍ତ୍ତମାନ ଉକ୍ତ ଗ୍ରାମଟି କୋରୁକୋଣ୍ଡା ବ୍ଲକ ଅଧୀନରେ ରହିଛି। ହେଲେ ଉକ୍ତ ଅଙ୍ଗନବାଡି କେନ୍ଦ୍ରଟି ପୂର୍ବରୁ କୁଡୁମୁଲୁଗୁମା ବ୍ଲକ ଅଧୀନରେ ଥିବା ବେଳେ ଗୃହର ନିର୍ମାଣ କାର୍ଯ୍ୟ ହୋଇ ପାରିନଥିଲା। ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିବା ବେଳେ ଏବେ କୋରୁକୋଣ୍ଡା ବ୍ଲକ ଅଧୀନକୁ ଆସି ପ୍ରାୟ ଛଅ ବର୍ଷ ବୀତି ଗଲାଣି ହେଲେ ନିଜସ୍ଵ ଗୃହ ନିର୍ମାଣ ଶେଷ ହୋଇପାରି ନଥିବାରୁ ବହୁ କ୍ଷୋଭ ପ୍ରକାଶ କରୁଛନ୍ତିି ଗ୍ରାମବାସୀ। ସୂଚନା ଅନୁଯାଇ ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୩୦ ଜଣ ଶିଶୁ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେଥି ମଧ୍ୟରୁ ୨୧ ଜଣ ପୁଅ ଥିବା ବେଳେ ୯ ଜଣ କନ୍ୟା ଶିଶୁ ରହିଛନ୍ତି। ମୋଟ ଗର୍ଭବତୀ ମହିଳା ୫ ଜଣ ଏବଂ ପ୍ରସୂତିଙ୍କ ସଂଖ୍ୟା ୨ ରହିଛି କିନ୍ତୁ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାଇ କୁଡୁମୁଲୁଗୁମା ବ୍ଲକ ଅଧୀନରେ କେନ୍ଦ୍ରଟି ରହିଥିବା ବେଳେ ନିଜସ୍ଵ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ନିମନ୍ତେ ଅର୍ଥ ବରାତ ହେବା ସହିତ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ହେଲେ ଉକ୍ତ କାର୍ଯ୍ୟ ଅଧାରୁ ରହିଗଲା ଯାହାକି ବର୍ତ୍ତମାନ ସୁଧା ନା ପଡ଼ି ରହିଥିବା ଅଧାପନ୍ତରିଆ ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ନା ବର୍ତ୍ତମାନ କୋରୁକୋଣ୍ଡା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିବା ଗ୍ରାମବାସୀ କହିଛନ୍ତି।ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଗ୍ରାମରେ ଥିବା ଯୁବ ଗୋଷ୍ଠୀ କେନ୍ଦ୍ର ଗୃହରେ ଅଙ୍ଗନବାଡି ଚଳାଇଛନ୍ତି। ଏନେଇ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା କହିଛନ୍ତି ଗ୍ରାମବାସୀ।ଏନେଇ ଆମେ କୋରୁକୋଣ୍ଡା ଶିଶୁ ବିକାଶ ଯୋଜନା ଅଧିକାରିଣୀ ରେଖା ସୋଭା ସୁନ୍ଦରଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ଲକ ଅଧୀନରେ ଥିବା ମୋଟ ୧୭୭ କେନ୍ଦ୍ର ମଧ୍ୟରୁ ୨୨ କେନ୍ଦ୍ରରେ ନିଜସ୍ଵ ଗୃହ ନଥିବା ବେଳେ, ସେତୁ ପ୍ରୋଜେକ୍ଟ ମାଧ୍ୟମରେ ୧୪ ଗୋଟି ନୂତନ ଗୃହ ନିର୍ମାଣ ନିମନ୍ତେ ସରକାରଙ୍କୁ ଆବେଦନ କରାଯାଇଛି। ସରକାରଙ୍କ ଅନୁମୋଦନ ଆସିଲେ ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ମହିଳା ଓ ଶିଶୁ ବିକାଶ ଯୋଜନାକୁ ଦୀର୍ଘ ୩୨ ବର୍ଷ ବିତି ଯାଇଥିଲେ ମଧ୍ୟ ମାଲକାନଗିରି ଭଳି ଜିଲ୍ଲାରେ ୨୨ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନଥିବା ହାସ୍ୟାସ୍ପଦ। ଏଣୁ ଆଗାମୀ ଦିନରେ ଦେଖିବାର ବାକି ରହିଲା କନିଙ୍ଗୀ ଗ୍ରାମରେ କେବେ ନିଜସ୍ଵ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହେଉଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page