କେନାଲରେ ବୁଡି ନାବାଳକ ମୃତ।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): ଶୌଚ ହେବାକୁ କେନାଲ ଯାଇଥିଲା ପାଦ ଖସି ପାଣିରେ ପଡ଼ି ଯିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତା କନାଲି ଗ୍ରାମର ରସାନନ୍ଦ ଦିଗାଲ ୧୬ ବର୍ଷୀୟା ପୁଅ ବେଣୁ ପାଣି ଦିଗାଲ ବୁଧବାର ସକାଳେ ଗାଁ ପାଖ ଦେଇ ଯାଇଥିବା ପିଲା ସାଲୁଙ୍କୀ ବାମ କେନାଲକୁ ଶୌଚ ହେବା ପାଇଁ ଯାଇଥିଲା କିନ୍ତୁ ସେଠାରେ ଅସାବଧାନତା ବଶତଃ କେନାଲ ପାହାଚରେ ପାଦ ଖସି ପାଣି ଭିତରେ ପଡ଼ି ବୁଡ଼ି ଯିବାରୁ ଆଉ ଘରକୁ ଫେରି ନ ଥିଲା। ବାପା ରସାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଖୋଜା ଖୋଜି କରି ନ ପାଇବାରୁ ଦମକଳ ବାହିନୀ ଏବଂ ଖଜୁରୀପଡ଼ା ପୋଲିସକୁ ଅଭିଯୋଗ କରିଥିଲା। ଅଭିଯୋଗ ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ଏବଂ ପୋଲିସ ବାହିନୀ ପହଞ୍ଚି ମୃତ ଶରୀର ଉଦ୍ଧାର କରିଛି। ଏ ନେଇ ଖଜୁରୀପଡ଼ା ଥାନାରେ ୨୪/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଇ ଦିଆଯାଇଥିବା ସବଇନ୍ସସ୍ପେକ୍ଟର ଦିନ ବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page