ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ସଦର ଲ୍ୟାମ୍ପ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଯୁଗରେ ମନୁଷ୍ୟ ଜୀବନରେ ସ୍ବଚ୍ଛତାର ଏକ ଗୁରତ୍ବପୂର୍ଣ ଭୂମିକା ରହିଥିବା ବେଳେ ଆଜିର ମଣିଷ ନିଜ ଆବଶ୍ୟକତା ଅନୁଯାୟୀ ସହଜରେ ଉପଲବ୍ଧ ପ୍ଲାଷ୍ଟିକ , ଜରି ପଲିଥିନ ବ୍ୟବହାର କରିବା ସହ ପର୍ଯ୍ୟାବରଣ ପ୍ରତି ଦୃଷ୍ଟି ଦେଉନାହିଁ। ସ୍ବଚ୍ଛତାକୁ ସମସ୍ତେ ଗୁରତ୍ବ ଦେବା ନିହାତି ଜରୁରୀ ହୋଇପଡିଛି। ଜାତୀୟ ପିତା ମହାତ୍ମା ଗାନ୍ଧୀ ସ୍ବଚ୍ଛତାକୁ ବିଶେଷ ପ୍ରଧାନ୍ୟ ଦେଇଥିଲେ।ସେ ସର୍ବଦା ଏକ ସ୍ବଚ୍ଛ ଭାରତ ସ୍ବଚ୍ଛ ଭାରତ ତଥା ସୁସ୍ଥ ସମାଜ ଗଠନ ପ୍ରତି ଗୂରୁତ୍ବ ଦେଇଥିଲେ। ଏଥିପାଇଁ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା ଭଳି ଏକ ଅଭିଯାନ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି।କାଲିମେଳା ଲ୍ୟାମ୍ପ କତୃପକ୍ଷଙ୍କ ଦ୍ବାରା କାଲିମେଳା ଅଞ୍ଚଳରେ ଏକ ସ୍ବଚ୍ଛତା ହିଁ ସେବାର ବାର୍ତା ଦେଇଥିବା ଦେଖିବାକୁ ମିଳିଛି।କାଲିମେଳା ଲ୍ୟାମ୍ପ ଏମ୍ ଡି ଚନ୍ଦନ କୁମାର ମାଦଳା, ମାଲକାନଗିରି ଲ୍ୟାମ୍ପ ପ୍ରେସିଡେଣ୍ଟ ବିଦ୍ୟାଧର ପ୍ରଧାନ , କାମସେନ ପ୍ରଧାନ , ଗୌତମ ମିସ୍ତ୍ରୀ ଏବଂ କାଲିମେଳା ପ୍ରେସିଡେଣ୍ଟ ବୁଦୁରା କବାସୀଙ୍କ ସମେତ କାଲିମେଳା ଲ୍ୟାମ୍ପ କର୍ମଚାରୀ ମିଳିମିଶି ଏହି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…