ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଏନ୍ଏସି ପକ୍ଷରୁ ଗତ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚଳିବାକୁ ରହିଥିବା ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ପ୍ରହସନ ରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକ ଙ୍କ ଚିଠି ଅନୁଯାୟୀ ସହର ରେ ରହିଥିବା ୧୩ ୱାର୍ଡ଼ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ସମସ୍ତ ଜନପ୍ରତିନିଧି , ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ଛାତ୍ରଛାତ୍ରୀ, ଯୁବକ ଓ କର୍ମଚାରୀ ସାମିଲ ନେଇ ସଫେଇ ସହ ସଚେତନତା ରାଲି ସହ ସ୍ଥାନୀୟ କଳାକାରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିୟମ ରହିଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେବଳ କିଛି ସରକାରୀ କାର୍ଯ୍ୟଳୟ କୁ ଯାଇ ନିଜେ ନିଜେ କିଛି ସଫେଇ ଓ କାର୍ଯ୍ୟାଳୟର କିଛି କର୍ମଚାରୀ ଙ୍କୁ ଧରି କାମ ଫୋଟ ଉଠାଇ କାମ ସାରିଦେଇଛନ୍ତି । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଟି ସାର୍ଟ ଓ ଟୋପି କୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ପିନ୍ଧି ଫୋଟ ଉଠାଇ ଅପଲୋଡ କରି କାମ ସାରି ଦେଉଛନ୍ତି । ସହର ମଧ୍ୟରେ ଲୋକଙ୍କୁ ସଚେତନ କରା ଯାଉନଥିବାରୁ ପରିବେଶକୁ ଅପରିଷ୍କାର କରୁଛନ୍ତି । ଦିନକୁ ଦିନ ପଲିଥିନ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକେ ପଲିଥିନ ଗୁଡିକୁ ଏଣେତେଣେ ବିଭିନ୍ନ ଜିନିଷ ପକାଇ ସହର କୁ ଅପରିଷ୍କାର କରୁଛନ୍ତି । ଏ ସମ୍ପର୍କ ରେ ଏନଏସି ପରିମଳ ଅଧିକାରୀ ଜୟପାଲ ବଳିଆର ସିଂ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ଙ୍କୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ -୨୦୨୪ ସମ୍ପର୍କ ରେ ପଚାରିବାର ସେ କହିଛନ୍ତି ଏହା ଏକ ଛୋଟିଆ କାର୍ଯ୍ୟକ୍ରମ ଏଣୁ କାହାରିକୁ ଡକାଯାଇ ନାହିଁ କେବଳ ଆମେ ଫୋଟ ଉଠାଇ ଅପଲୋଡ କରିଦେଲେ ହେଲା । ତେବେ ଏବେ ସରକାରଙ୍କ ଯୋଜନା କଣ ରଙ୍ଗ ବଦଳା ଓ ଫୋଟ ଉଠାଇ ପ୍ରଚାର ସର୍ବସ୍ଵ ହୋଇଯାଇଛି କି ବୋଲି ପ୍ରଶ୍ନ ଉଠିଛି । ତେବେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ ହୋଇଥିବା ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି l
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…