ବିଭିନ୍ନ ଦାବି ନେଇ ଧାରଣାରେ ନର୍ସିଂ କର୍ମଚାରୀ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ନର୍ସିଂ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି।ନିଜର ଦାବି ପୁରଣ ଲାଗି ରୋଗି ସେବା ବନ୍ଦ କରି ଆନ୍ଦୋଳନରେ ବସିଲେ ମାଲକାନଗିରି ଜିଲ୍ଲାର ସମସ୍ତ ନର୍ସିଙ୍ଗ କର୍ମଚାରି । ଜିଲ୍ଲା ସଦର ଚିକିତ୍ସାଳୟର ମୁଖ୍ୟ ଫାଟକ ସାମନାରେ ହାତରେ ଫ୍ଲାଗ କାର୍ଡ ଧରି ନାରାବାଜି କରି ଆନ୍ଦୋଳନରେ ବସିଛନ୍ତି ମେଡିକାଲର ନର୍ସିଙ୍ଗ କର୍ମଚାରି‌।ଏକ ମାସ ପୁର୍ବରୁ ରାଜ୍ୟ ସରକାରଙ୍କୁ ଚେତାବନି ଦେଇଥିଲେ ନର୍ସିଂ କର୍ମଚାରୀ ସଂଘ।ପରେ କଳା ବ୍ୟାଚ ପରିଧାନ କରିବା ସହ ଟୋକେନ ଷ୍ଟ୍ରାଇକ ମଧ୍ୟ କରିଥିଲେ ନର୍ସିଙ୍ଗ କର୍ମଚାରି। ତଥାପି ତାଙ୍କର ଦାବି ପୁରଣ ନହେବା ଯୋଗୁଁ ଶେଷରେ ଏମରଜେନ୍ସି ଓ ସାଧାରଣ ସେବା ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ନର୍ସିଙ୍ଗ କର୍ମଚାରି। ୨୦୧୩ ମସିହା ପୁର୍ବରୁ ଚାକିରି ପାଇଥିବା ନର୍ସିଙ୍ଗ ଅଫିସର ମାନଙ୍କୁ ରେଗୁଲାର କରିବା ସହ ପଦନ୍ନୋତି କରିବା ଲାଗି ଦାବି କରିଛନ୍ତି ନର୍ସିଙ୍ଗ କର୍ମଚାରି। ତେବେ ନର୍ସିଂ କର୍ମଚାରୀ ମନଙ୍କ ଦାବି ପୁରଣ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page