ମାଲକାନଗିରି(କ୍ରୋନିକ ଓଡ଼ିଶା)ଅଳିଆ ଆବର୍ଜନା ସଫା କରି ଚର୍ଚ୍ଚା ରେ ଏନଏସି ଅଫିସର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଏପରି କାର୍ଯ୍ୟ କୁ ସହରବାସୀ ଙ୍କ ପ୍ରଶଂସା। ଆଜି ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ। ତେବେ ଗତ ୧୭ ତାରିଖରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଯାଏଁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସରକାର ପକ୍ଷରୁ ଚାଲିଛି। ଏହି ପରିପ୍ରେକ୍ଷୀରେ ସଫେଇ କାର୍ଯ୍ୟକ୍ରମ କୁ ସହରରେ ଜୋରଦାର କରାଯାଇଥିବା ବେଳେ ଆଜି ଖୋଦ ବାଲିମେଳା ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ଅଳିଆ ଆବର୍ଜନା ଯୁକ୍ତ ଦୁର୍ଗନ୍ଧମୟ ପରିବେଶ କୁ ଯାଇ ମାସ୍କ ପିନ୍ଧି ନିଜେ ହାତରେ ଅଳିଆ କୁଢ଼ କୁଢ ଆଣି ସଫେଇ ଗାଡ଼ିରେ ପକାଉଥିବା ବେଳେ ହାତରେ କୋଦାଳ ଧରି ଡ୍ରେନ ସଫା କରୁଥିବା ଦେଖିବାକୁ ମିଳିଛି। ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଅଳିଆ ଆବର୍ଜନା ପଡି ରହିଲେ ସେଠାରେ ଡେଙ୍ଗୁ ମଶା ଜନ୍ମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ତେଣୁ ଆମେ ଆମ ଚତୁଃପାର୍ଶ୍ୱ କୁ ସଫା ରଖିବା ସହ ସହରବାସୀ ଙ୍କୁ ନିଜ ଘର ଚତୁଃପାଶ୍ୱକୁ ସଫେଇ ରଖିବାକୁ ପରାମର୍ଶ ଦେଇଥିଲେ। ଆଜି ସହରର ୮ ନଂ ୱାର୍ଡ ରୁ ଆରମ୍ଭ କରି ୧୨ ନଂ ୱାର୍ଡ ପର୍ଯ୍ୟନ୍ତ ସଫେଇ କରାଯାଇଥିବା ବେଳେ ଏହି ସଫେଇ ଅଭିଯାନ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଙ୍କ ସମେତ ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଣ୍ଡୁ, ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ କର୍ମୀ ନିୟୋଜିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…