ଟିଗଲ ପଞ୍ଚୟାତରେ ମାଣ୍ଡିଆ ବଣ୍ଟନ ଅନିୟମିତତା ଅଭିଯୋଗ ; ମାଣ୍ଡିଆ ବଦଳରେ ୫୦୦ ଟଙ୍କା l

ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ତଥା ରିହାତି ଦରରେ ଚାଉଳ, ମାଣ୍ଡିଆ, ଗହମ ଓ କିରୋସିନ ବଂଣ୍ଟନ କରିଥାନ୍ତି । କିଛିବର୍ଷ ହେବ ରାଜ୍ୟ ସରକାର ମିଲେଟ ମିଶନମାଧ୍ୟରେ ମାଣ୍ଡିଆର ଗୁଣବତ୍ତାକୁ ନେଇ ଲୋକଙ୍କୁ ସଚେତନ କରିବା ସହ ଖାଦ୍ୟସାମଗ୍ରୀ ରେ ମାଣ୍ଡିଆକୁ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ଓ ବ୍ୟାପକ ପ୍ରଚାର ପ୍ରସାର କରୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଟିଗଲ ପଞ୍ଚାୟତରେ । କିଛି ଦିନ ତଳେ ରାସନ କାର୍ଡ କେୱାସି କରିବା ପାଇଁ ଯୋଗାଣ ସହାୟକ ନିଜ ଘରକୁ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଡକାଇଥିଲେ ଏବଂ କେୱାଇସି ସମୟରେ କହିଥିଲେ ଯେ ସରକାରଙ୍କ ତରଫରୁ ତମର ଆକାଉଣ୍ଟକୁ ୫୦୦ଟଙ୍କା ଆସିଛି କହିବା ସହ ଟିପ ଚି଼ହ୍ନ ନେଇ ୫୦୦ ଟଙ୍କା ପ୍ରଦାନ କରିଥିଲେ । ବିଗତ କିଛି ଦିନ ପରେ ଉକ୍ତ ହିତାଧିକାରୀମାନେ ପଂଚାୟତରେ ମାଣ୍ଡିଆ ବଣ୍ଟା ଯାଉଥିବା ଖବର ପାଇ ରାସନ କାର୍ଡ ଧରି ମାଣ୍ଡିଆ ଆଣିବାକୁ ପଂଚାୟତକୁ ଯାଇଥିଲେ ସେଠାରେ ଯୋଗାଣ ସହାୟକ ସେମାନଙ୍କୁ ମାଣ୍ଡିଆ ନ ଦେଇ ପୂର୍ବରୁ ତୁମେମାନେ ମାଣ୍ଡିଆ ବଦଳରେ ୫୦୦ ଟଙ୍କା ନେଇଛ କହି ସେମାନଙ୍କୁ ଫେରାଇ ଦେଇଥିଲେ l ଆଜି ଉକ୍ତ ମହିଳା ମାନେ ନିଜର ପ୍ରାପ୍ୟ ବାବଦରେ ଆସିଥିବା ୩୫ କିଲୋ ମାଣ୍ଡିଆ ଦେବାକୁ ଦାବି କରିବା ସହ ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏବାବଦରେ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଜରିଆରେ ପ୍ରଶାସନକୁ ଗୁହାରି କରିଥିଲେ ଯେ ଏ ବାବଦରେ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ l ଗଣମାଧ୍ୟମକର୍ମୀ ମାନେ ସେଠାରେ ଉପସ୍ଥିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବିତିକା ଭକ୍ତଙ୍କୁ ଏବାବଦରେ ପଚାରିବାରୁ ମୋ ପାଖରେ ଏହି ବାବଦରେ କେହି ଲିଖିତ ଅଭିଯୋଗ ଦେଇ ନାହାନ୍ତି ଲିଖିତ ଭାବେ ମୋତେ ଦେଲେ ଏହି ବିଷୟରେ ମୁଁ ତଦନ୍ତ କରିବି ବୋଲି କହିଥିଲେ l ମହିଳା ମାନେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବାରୁ ସେଠାରେ ଉପସ୍ଥିତ ଥିବା ପିଇଓ ଉକ୍ତ ମହିଳା ମାନଙ୍କୁ ତୁମେ ଅଭିଯୋଗ କଲେ ଆଉ ତୁମକୁ ମାଣ୍ଡିଆ ଦିଆଯିବ ନାହିଁ ବୋଲି କହିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ! ଉକ୍ତ ପଂଚାୟତରେ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ବ ରାସନ କାର୍ଡ ଧାରୀ ରହିଥିବା ବେଳେ କାର୍ଡ ପିଛା୩୫କେଜି ମାଣ୍ଡିଆକୁ କାହାକୁ ଦିଆଯାଇଛି ଏ ବାବଦରେ ପ୍ରଶାସନିକ ସ୍ଥରରେ ତଦନ୍ତ କଲେ ତାହା ସାର୍ବଜନୀନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ହେଉଛି ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page