ବାଲିମେଳା ଏନଏସି ବର୍ଜ୍ୟବସ୍ତୁ ପରିଚାଳନା ଦେଖିଲେ ୩ବ୍ଲକ ର ସରପଞ୍ଚ ଓ ସମିତିସଭ୍ୟ।

ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ରେ ଥିବା ଏଫ. ଏସ.ଟି.ପି ଓ ଆବର୍ଜନାରୁ ଖତ ନିର୍ମାଣ କେନ୍ଦ୍ର କୁ ବୁଲି ଦେଖିଲେ ୩ବ୍ଲକର ସରପଞ୍ଚ ଓ ସମିତିସଭ୍ୟ । ଆଜି ସକାଳ ୧୨ ଘଟିକା ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୩ଟି ବ୍ଲକ ର ଯଥା କୋରୁକୋଣ୍ଡା ବ୍ଲକ ର ନକାମାମୁଡ଼ି ଓ ଷୋମନାଥପୁର ଚିତ୍ରକୋଣ୍ଡା ବ୍ଲକ ର ଟନେଲକ୍ୟାମ୍ପ ଓ ଦୋରାଗୁଡା ,ଖାଇରପୁଟ ବ୍ଲକ ର ପରକାନାମାଳା ଓ କୁଡୁମୁଳୁଗୁମ୍ମା ମୋଟ ୬ଟି ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ବାଲିମେଳା ଆସି ଏଫ. ଏସ.ଟି.ପି ଓ ଆବର୍ଜନାରୁ ଖତ ନିର୍ମାଣ କେନ୍ଦ୍ର ବୁଲି ଦେଖିଥିଲେ । ପ୍ରଥମେ ଏନଏସି କାର୍ଯ୍ୟାଳୟ ଠାରେ ସମସ୍ତଙ୍କୁ ଏନଏସି ପକ୍ଷରୁ ସ୍ୱାଗତ ସମର୍ଦ୍ଧନା ଦେବାସହ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା । କୋରୁକୋଣ୍ଡା ବ୍ଲକ ବିଆରସି – ସୁକ ଚରଣ ମଣ୍ଡଳ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ବାଲିମେଳା ନଗର ଅଧକ୍ଷ ପ୍ରଦୀପ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ସମସ୍ତଙ୍କୁ ଫୁଲତୋଡା ସହ ଉତ୍ତରୀୟ ପ୍ରଦାନ କରାଯାଇ ସଂମାନୀୟ କରାଯାଇଥିଲା ଏହାପରେ ଏନଏସି ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ସ୍ୱାଗତ ନିଜ ବ୍ୟକ୍ତବ ରେ ବର୍ଜ୍ୟବସ୍ତୁ କିପରି ପରିଚାଳନା ଓ ଏହା ଦ୍ୱାରା କିପରି ଲାଭବାନ ହେଇପାରିବ ଏନେଇ କହିଥିଲେ। ଅଧକ୍ଷ ଶ୍ରୀ ନାୟକ ଆଜି ସଭାର ମୁଖ୍ୟ ଆଭିମୁଖ୍ୟ ନିଜକୁ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପରି ଯୋଜନାରେ ସ୍ବଭାଲମ୍ବୀ ହୋଇପାରିବେ ଆମ ବାଲିମେଳାରେ ମହିଳାମାନେ ସ୍ବଭାଲମ୍ବୀ ହେଲେଣି । ପ୍ରତ୍ୟକ ପୌରପରିଷଦ ରେ ନିର୍ମାଣ ହୋଇଥିବା ବର୍ଜ୍ୟବସ୍ତୁ ର ସୁପରିଚାଳନା ଓ ଏହାର ପୁନ୍ନ ବ୍ୟବହାର ପାଇଁ ନିର୍ମାଣ ହୋଇଥିବା କେନ୍ଦ୍ର ଉପରେ ସମସ୍ତଙ୍କୁ ମୋଖିକ ଧାରଣା ଦେଇଥିଲେ । ଏଥିସହିତ ଜିଲ୍ଲା ଡି ଏସ ସି ସୋମନାଥ ମହାନ୍ତି , ଓରମାସ ର ଜିଲ୍ଲା ଡେପୁଟି ସି .ଓ ଗୁଣ୍ଡିଚା ବେହେରା , ଡି ସି ଏସ ଜିତେନ୍ଦ୍ର ସାହୁ ଯୋଗ ଦେଇଥିଲେ । ତତ୍ସହିତ ବାଲିମେଳା ୧୨ଟି ୱାର୍ଡ ର କାଉନସିଲର ଓ ଉପାଧକ୍ଷ ଲଷ୍ମୀପ୍ରିୟା ବାକା ଓ ସମସ୍ତ ସ୍ୱଚ୍ଛ ସାଥି ଓ ବାଲିମେଳା ସାନିଟେସନ ଏକ୍ସପୋର୍ଟ ସନ୍ତୋଷ କୁମାର ଖେମୁଡୁ କାର୍ଯ୍ୟକ୍ରମ ର ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଓରମାସ ର ଜିଲା ଡେପୁଟି ସିଓ ଶ୍ରୀ ବେହେରା କହିଥିଲେ ଯେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ନିଜ ଅଞ୍ଚଳ ରେ ଥିବା ୧୮ରୁ ୩୫ ବର୍ଷ ପର୍ଯ୍ୟନ୍ତ ଥିବା ଶିକ୍ଷିତ ବେକାରୀ ଯୁବକ ଯୁବତୀ ଙ୍କୁ ସମ୍ପୂର୍ଣ୍ଣ ମାଗଣା ତାଲିମ ସହିତ କର୍ମ ନିଯୁକ୍ତି ମିଳିବ ବୋଲି କହିଥିଲେ । ପ୍ରତି ଗ୍ରାମରେ କିପରି ବର୍ଜ୍ୟବସ୍ତୁ ର ସୁପରିଚାଳନା ସହିତ ପୁନ୍ନ ବ୍ୟବହାର ହୋଇପାରିବ ଓ ପ୍ରତ୍ୟକ ଗ୍ରାମ ଆବର୍ଜନା ମୁକ୍ତ ହୋଇପାରିବ ତାହା ଉପରେ ଆଲୋକପାତ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆସିଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ବାଲିମେଳା ବିଜ୍ଞାପିତ ଅଞ୍ଚଳକୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page