ଭବିଷ୍ୟତ ଗଢ଼ିବାରେ ଜୀବନକୁ ବାଜି ଲଗାଉଛନ୍ତି କୁନି ଛାତ୍ର ; ପୋଲଟିଏ ପାଇଁ ଗୁହାରୀ।।

ମାଲକାନଗିରି(କ୍ରୋନିକ ଓଡ଼ିଶା) ଏ ଚିତ୍ରଟି ଦେଖି ନିଶ୍ଚିତ ଭାବୁଥିବେ ଏ କୌଣସି ଚଳଚ୍ଚିତ୍ରର ସୁଟିଙ୍ଗ ଚାଲିଛି ବୋଧହୁଏ। ନା ଆଜ୍ଞା ଏ କୁନି କୁନି ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢ଼ିବା ଆଶା ନେଇ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି।ସରକାର ଆସୁଛନ୍ତି ଯାଉଛନ୍ତି ହେଲେ ସାଧାରଣ ଲୋକଙ୍କ ସମସ୍ୟା କିନ୍ତୁ ଦୂର ହବାର ନାଁ ଧରୁନାହିଁ। କେଉଁଠି ରୋଗୀ ଖଟିଆରେ ନଦୀ ପାର ହେଉଛନ୍ତି ତ କେଉଁଠି ରାସ୍ତା ନଥିବାରୁ ଆମ୍ବଲାନ୍ସ ପହଁଞ୍ଚି ପାରୁନାହିଁ।ସ୍ବାଧିନତାର ୭୮ ବର୍ଷ ପରେ ମଧ୍ୟ ଆମ ଦେଶରେ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳୁଛି। ଆପଣ ଭାବୁଥିବେ ସତରେ କଣ ଆମ ଦେଶରେ ବିକାଶ ହେଉନାହିଁ।ହଉଛି କିନ୍ତୁ ଯେଉଁ ଗତିରେ ହବା କଥା ହେଉନାହିଁ କିନ୍ତୁ କୁଜି ନେତା ଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କ ପ୍ସିଡ ଧରି ହେଉନାହିଁ। ଆପଣ ସମସ୍ତେ ବୁଦ୍ଧିମାନ ବୁଝି ପାରୁଥିବେ। ତେବେ ଏ ଦୃଶ୍ୟଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ମୁଙ୍ଗେଲି ଜିଲ୍ଲାର ନୁନିଆକଛାର ଠାରୁ ଗିତପୁରୀ ବିଦ୍ୟାଳୟ ଯିବା ବେଳେ ସ୍କୁଲ ପିଲାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ନୁନିଆକଛାର ଓ ଗିତପୁରୀ ମଧ୍ୟସ୍ଥ ନଦୀ ଉପରେ ପୋଲ ନଥିବାରୁ ପ୍ରତିଦିନ ସ୍କୁଲ ପିଲାମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏଇ ସ୍ଥାନଟି କୌଣସି ଅପହଞ୍ଚ ଅଞ୍ଚଳର ନୁହେଁ ବଂର ଏବେର ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ , କେନ୍ଦ୍ର ରାଜ୍ୟମନ୍ତ୍ରୀ ତୋଖନ ସାହୁ ଏବଂ ୩ ଥର ମନ୍ତ୍ରୀ,ଚାରି ଥର ସାଂସଦ , ୭ ଥର ବିଧାୟକ ରହିଥିବା ପୁନ୍ନୁଲାଲ ମୋହିଲେ ଭଳି ନେତାଙ୍କ ଗୃହ ଜିଲ୍ଲା।ଏହି ଭିଡିଓଟି ଏ ଅଞ୍ଚଳର ମୌଳିକ ସୁବିଧା ସୁଯୋଗର ତୃଣମୂଳ ସତ୍ୟତା ଖୋଲି ଦେଇଛି। ଏ କୁନି ଛାତ୍ର ଜଣଙ୍କ କହୁଛନ୍ତି ରାଜ୍ୟ ସରକାରଙ୍କ ନିକଟରେ ଆମର ଏତିକି ଆଶା ବାସ୍ ଏପଟରୁ ସେପଟ ପର୍ଯ୍ୟନ୍ତ ଗୋଟିଏ ପୋଲ ନିର୍ମାଣ କରିଦିଅ। ଯାହା ଫଳରେ ଆମକୁ ପ୍ରତିଦିନ ସ୍କୁଲ ଯିବି ବେଳେ ଜୀବନକୁ ବାଜି ଲଗାଇବାକୁ ପଡିବ ନାହିଁ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page