
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଲୋକଙ୍କ ସମସ୍ୟା ବୁଝିବାକୁ ସବୁବେଳେ ଆଗଭର ହୋଇ ରହିଥାନ୍ତି। ମାଥିଲି ବ୍ଲକର ଗଜିଆଗୁଡା ଗାଁକୁ ଯିବା ପାଇଁ ନାହିଁ ରାସ୍ତା ତେଣୁ ବିଧାୟକ ଖୋଦ ଦେଶୀ ଡଙ୍ଗାର ମଙ୍ଗଳ ଧରି ନଦୀ ପାର ହୋଇ ଲୋକଙ୍କ ଦୁଃଖ ବୁଝିଥିଲେ। ମାଥିଲି ବ୍ଲକର ଏକ ନଦୀରେ ଦେଶୀ ଡଙ୍ଗା ଚଲେଇଲେ ବିଧାୟକ ମଙ୍ଗୁ ଖିଲ। ନିର୍ବାଚନ ପରେ ପ୍ରଥମ ଥର ଗଜିଆଗୁଡା ଗାଁକୁ ବିଧାୟକଙ୍କ ପ୍ରଥମ ଗସ୍ତ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜେ ଡଙ୍ଗା ଚଲେଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଂଚାୟତ ର ଗଜିଆଗୁଡା ଗାଁକୁ ଗସ୍ତ କରିଛନ୍ତି।ନଦୀ ଆରପଟେ ବେଶ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଗ୍ରାମବାସୀ।ଗଜିଆଗୁଡା ଗାଁକୁ ଯିବା ପାଇଁ ହେଲେ କେବଳ ଏହି ନଦୀ ରାସ୍ତା ହିଁ ଭରସା। ଦୀର୍ଘ ଦିନ ଧରି ଗୋଟିଏ ପୋଲ ନିର୍ମାଣ ହେଉଛି କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ନା ଧରୁନି।ବର୍ଷ ପରେ ବର୍ଷ ବିତିଯାଇଛି।ଆଜିକୁ ଆଠ ବର୍ଷ ହେବ ଚାଲିଛି ପୋଲ ନିର୍ମାଣ କାର୍ଯ୍ୟ। ପୋଲକୁ ଲାଗି ରହିଥିବା ଆପ୍ରୋଚ ରାସ୍ତାଟି କାହିଁ କେଉଁ ଦିନରୁ ଧୋଇ ହେଇ ଗଲାଣି।ଅଥଚ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ।ନିର୍ବାଚନ ପୂର୍ବରୁ ଗଜିଆଗୁଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ବିଧାୟକ।ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ ତା ଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି ନିର୍ବାଚନରେ ଦେଇଥିଲେ ପ୍ରତିଶ୍ରୁତି।ତେଣୁ ବିଧାୟକଙ୍କ ଗସ୍ତ ସବୁରି ମୁହଁରେ ବେଶ ଉତ୍ସାହ ଭରି ଦେଇଥିଲା ଯାହା ପାଇଁ ବିଧାୟକଙ୍କୁ ଧନ୍ୟଵାଦ ଜଣାଇଥିଲେ ଗ୍ରାମବାସୀ।ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଏବେ ମଧ୍ୟ ଏକ ପ୍ରକାର ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳ ହୋଇ ରହିଛି। ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ଜନ ପ୍ରତିନିଧି ସମସ୍ତେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ପହଁଞ୍ଚିଥାନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗଜିଆଗୁଡା ପୋଲ ତଦାରଖ କରି ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି।ତେବେ ସେ ଯାହା ହେଉ ନା କାହିଁକି ବିଧାୟକ କେବେ ଗଜିଆଗୁଡା ଗ୍ରାମବାସୀଙ୍କୁ ତାଙ୍କର ବହୁ ପ୍ରତିକ୍ଷିତ ପୋଲ ଭେଟି ଦେଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା।