ସ୍ଵର୍ଗତ କବି ବଲରାମ ପୂଜାରୀଙ୍କ ସ୍ମୃତି ସଭା ଓ କବିତା ପାଠ।

ସ୍ଵର୍ଗତ କବି ବଲରାମ ପୂଜାରୀଙ୍କ ଦ୍ୱାଦଶ କ୍ରିୟା ଉପଲକ୍ଷେ କୁଡୁମୁଲୁଗୁମ୍ମା ସ୍ଥିତ ବାସଭବନରେ ଆଜି ଜ୍ଞାତି କୁଟୁମ୍ବ, ପରିଜନ, ପ୍ରତିବେଶୀ ତଥା ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କବି ମାନଙ୍କୁ ନେଇ ଏକ ସ୍ମୃତି ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସ୍ଵର୍ଗତ କବି ବଲରାମ ପୂଜାରୀଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଉପସ୍ଥିତ ଜନତାଙ୍କୁ ଦ୍ଵାରା କରାଯାଇଥିଲା। ତାପରେ ସ୍ଵର୍ଗତ କବି ବଳରାମ ପୂଜାରୀଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ଦକ୍ଷିଣ ଓଡ଼ିଶା ସାହିତ୍ୟ ସଂସଦର ମହାସଚିବ ଦଣ୍ଡପାଣି ମହାପାତ୍ର, ମାଟିମଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି କିଶୋର କବି ଚନ୍ଦ୍ର ପ୍ରଧାନ, ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁ ସ୍ଵାଇଁ, ଉତ୍କଳ ସମ୍ମିଳନୀ ସଭାପତି କବି ରଞ୍ଜନ କୁମାର ସ୍ଵାଇଁ, ଲକ୍ଷ୍ମଣନାଥ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ କବି ଦୀନବନ୍ଧୁ ବେଜ, କୁଡୁମୁଲୁଗୁମ୍ମା ଡାରୱିନ୍ ମହାବିଦ୍ୟାଳୟର ଅଧ୍ୟାପକ ନିରଞ୍ଜନ ସ୍ଵାଇଁ, ଡାରୱିନ୍ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ, ସମ୍ପାଦକ ଦାମୋଦର ସାହୁ, କୁଡୁମୁଲୁଗୁମ୍ମା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମେଶ ନେଲୁର, ଉପସଭାପତି ପ୍ରିୟମ୍ବଦା ରାଉତ, ଉମାଶଙ୍କର ଦାଶ,ୟୁବା ସଂଗଠନ ସମ୍ପାଦକ ନିତ୍ୟାନନ୍ଦ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମହରି ସାହୁ, ଭଗବାନ ସାହୁ, ହୃଷିକେଶ ସେଠୀ, ତଥା ବରିଷ୍ଠ କବି ଦୀପକ କୁମାର ବଳ, କବି ମହାଦେବ ମାଡକାମି, କବି ପ୍ରଶାନ୍ତ ପରିଡା, କବି ମନୋଜ ପଟ୍ଟନାୟକ, କବି ବିରୂପାକ୍ଷ ସ୍ୱାଇଁ, ବିଜୟାନନ୍ଦ ପଣ୍ଡା, କବୀ ରେଣୁବାଳା ନାୟକ ଆଦି ସ୍ଵର୍ଗତ କବି ବଳରାମ ପୂଜାରୀଙ୍କ ସ୍ମୃତିଚାରଣ ସହ କବିତା ଉପସ୍ଥାପନା କରିଥିଲେ। ସ୍ମୃତି ସଭା ରେ ସଂଯୋଜନା କରିଥିଲେ ଗୁରୁପ୍ରିୟା ସାହିତ୍ୟ ଓ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ତଥା ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁ ।ନିର୍ଝରିଣୀ ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର କୁଡୁମୁଲୁଗୁମ୍ମା ର ସମସ୍ତ ସଦସ୍ୟ, ସ୍ଵର୍ଗତ କବି ବଳରାମ ପୂଜାରୀଙ୍କ ପରିବାର, ଆତ୍ମୀୟ ତଥା ପ୍ରତିବେଶୀଙ୍କ ଉପସ୍ଥିତରେ ତଥା ସ୍ଵର୍ଗତ ପୂଜାରୀ ଙ୍କ ବାଲ୍ଯ ବନ୍ଧୁ ରମେଶ ନେଲୁର ଓ ରଞ୍ଜନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ସହଯୋଗରେ ସ୍ମୃତି ସଭାଟି ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page