
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସତ୍ୟନାରାୟଣ ଡିଗ୍ରୀ କଲେଜ୍ ସଭା ଗୃହରେ ରାଜ୍ୟ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବହୁ ସ୍ନାତକ ଶିକ୍ଷକ ମାନେ ଯୋଗ ଦେଇ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ରାଜ୍ୟ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଏକ ଟିମ୍ ଆଜି ଏସି ଏସ୍ଟି ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ସ୍ଥାୟୀ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ଆଲୋଚନା କରାଯିବା ସହ ମାନ୍ୟବର ହାଇକୋର୍ଟରେ ବିଜୟୀ ହେଲା ପରେ ସେମାନଙ୍କୁ କିପରି ସ୍ଥାୟୀ ନିଯୁକ୍ତି ମିଳି ପାରିବ ଏବଂ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ରାଜ୍ୟ ସ୍ନାତକ ଶିକ୍ଷକ ସଂଘ।