ନଦୀ ପାର୍‌ ବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ ଗ୍ରାମର ପୁରେଶ୍ୱର ଶନିବାର ସକାଳେ ଧୁଙ୍ଗିଆ ପଙ୍କାଳ ଗ୍ରାମରେ ହେଉଥିବା ସାପ୍ତାହିକ ହାଟକୁ ରାଉଳ ନଦୀ ପାର ହୋଇ ଆବଶ୍ୟକ ଜିନିଷପତ୍ର କିଣି ଅପରାହ୍ନରେ ଘରକୁ ଫେରୁଥିଲେ। ସେ ରାଉଳ ନଦୀର ଡଙ୍ଗା ଘାଟ ପାର୍‌ ହେଉଥିବା ସମୟରେ ହଠାତ୍‌ ବଢ଼ିପାଣିର ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଥିଲେ। ସେହି ସମୟରେ ଘାଟରେ ଉଦ୍ଧାର କରିବା ପାଇଁ କେହି ମଧ୍ୟ ଲୋକ ନ ଥିଲେ । ସନ୍ଧ୍ୟା ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ପାଇଲେ ନାହିଁ। ରବିବାର ସକାଳୁ ପୁଣି ଖୋଜାଖୋଜି କରିବା ପରେ ସେହି ଡଙ୍ଗାଘାଟର ପ୍ରାୟ ଅଧା କିମି ଦୂର ତଳର ବଡ଼ ପଥର ଓ ଗଛ ଥିବାଠାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ତୁମୁଡିବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦୁଇ ବିଭାଗ ପହଞ୍ଚି ଥିଲେ। ତୁମୁଡିବନ୍ଧ ଅଗ୍ନିଶମ ବିଭାଗ ଅଧିକାରୀ ସର୍ବେଶ୍ୱର ପାତ୍ର, ଡ୍ରାଇଭର ଅରବିନ୍ଦ ପାତ୍ର, ଆଗ୍ନିକ ଅମୀୟ ରଞ୍ଜନ ସୁନା ଓ ଶିଶିର ଜେନା ପ୍ରମୁଖ ନଦୀ ଭିତରକୁ ଯାଇ ମୃତଦେହ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page