କୋରୁକୋଣ୍ଡାରେ ଭାରତ ବନ୍ଦର ପ୍ରଭାବ।

କୋରୁକୋଣ୍ଡା(ପ୍ରଦୀପ ମହାରଣା)

ଅନୁସୂଚିତ ଜାତି /ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ମାସ ଏକ ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଧାରୀ ଆରକ୍ଷଣକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ଯେଉଁ ରାୟ ପ୍ରଦାନ କରିଛନ୍ତି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅସମ୍ବିଧାନିକ ଅଟେ। ମୂଳ ସମ୍ବିଧାନର ଧାରା ୩୪୧ ଏବଂ ଧାରା- ୩୪୨କୁ ବିରୁଦ୍ଧାଚରଣ କରୁଅଛି । ଅନୁସୂଚିତ ଜାତି/ଜନଜାତି ସଂରକ୍ଷଣ ଉପରେ ବର୍ଗୀକରଣ ଏବଂ କ୍ରୀମିଲେୟରକୁ କେବଳ ସଂସଦ ଓ ରାଷ୍ଟ୍ରପତିଙ୍କର ଅଧିକାର ରହିଛି । କିନ୍ତୁ ଗତ ତା ୦୧/୦୮/୨୦୨୪ ରିଖ ଦିନ ସର୍ବୋଚ୍ଚ ନ୍ୟାୟଳୟ ଆରକ୍ଷଣ ଭିତରେ ଆରକ୍ଷଣ ଓ ବର୍ଗୀକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଏହାଦ୍ଵାରା ମୂଳ ସମ୍ବିଧାନର ଜନକ ଡଃ ବି. ଆର ଆମ୍ବେଦକରଙ୍କୁ ଅସମ୍ମାନ ଓ ଅନୁସୂଚିତ ଜାତି ଓ ଜନ ଜାତି ବର୍ଗର ଲୋକଙ୍କୁ ଦୂର୍ବଳ କରିବା ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ନେଇ ଆଜି ଦେଶ ସାରାରେ ପ୍ରତିବାଦ କରିବା ସହିତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି /ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ।ଏହି ବନ୍ଦ ଡାକରା ରେ ସଦର ମହକୁମାରେ ଥିବା ଦୋକାନ ବଜାର ଦଣ୍ଡ ରହିଥିବା ବେଳେ, ବଡ ବଡ ଯାନ ବାହନ ବନ୍ଦ ରହିଥିବା ବେଳେ କିଛି ଦୁଇ ଚକିଆ ମୋଟର ସାଇକେଲ ଏବଂ ଜରୁସେବାରେ ନିଯୋଜିତ ଯାନ ବାହନ ଯିବା ଆସିବା କରିବାର ଦେଖିବାକୁ ମିଳିଥିଲା । ସରାକାରୀ କାର୍ଯ୍ୟ।ଳୟ ଖୋଳା ରହିଥିଲେ ମଧ୍ୟ ପୂର୍ବ ଦିନ ମାନଙ୍କ ଭଳି ଲୋକ ଦେଖିବାକୁ ମିଳିନଥିଲା । ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷତ୍ରି ଉପସ୍ଥିତ ରହିଥିଲେ ମଧ୍ୟ ବନ୍ଦ କାରଣରୁ ଛାତ୍ର ଛାତ୍ରୀ ଆସିନଥିବା ମଧ୍ୟ ଦେଖିବାକୁ ମିଳିଛି । କୋରୁକୋଣ୍ଡା ବ୍ଲକ ଛକଠାରେ ରାଷ୍ଟ୍ରୀୟ ଆଦିବାସୀ ଏକ୍ତା ପରିଷଦ ମହାସଂଘ ସଭାପତି ଘେନୁ ମୁଦୁଲିଙ୍କ ସମେତ ଭୀମା ବାର୍ସେ, ସନାତନ୍ କବାସୀ, ଭୀଷ୍ମ ପାଙ୍ଗି, ସୁକଦେବ୍ ପଡିଆମି,ଦେବା ପଡିଆମି, ଲାଛା ମୁଦୁଲି, ବଳରାମ୍ ପୁଜାରି,ଖଗପତି ଖିଲ, ତରଲା କୋଟା ଗ୍ରାମ ପଞ୍ଚାଯତ ସମିତି ସଭ୍ୟ ପର୍ଶୁରାମ ଖେମୁଡୁ ଏବଂ ଅନ୍ୟାନ୍ନ କର୍ମୀମାନେ ଉପସ୍ଥିତ ରହି ସଂଘର କର୍ମ କର୍ତ୍ତା ମାନେ ପତାକା ଓ ବେନର ଧରି ରାସ୍ତାରେ ବସିରହି ପ୍ରତିବାଦକୁ କରୁଥିବାର ଦେଖିବାକୁ ମିଳିଥିଲା ।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page