ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ଏସସିଏସ୍ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି। ଏହି ଅବସରରେ ଏସସି ଏସଟି କମିଟିର ସମସ୍ତ ସଦସ୍ୟ ମାନେ ଏକ ବାଇକ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲେ। କର୍ମକର୍ତ୍ତା ମାନେ ପ୍ରତି ଛକ ଏବଂ ମୁଖ୍ୟ ରାସ୍ତାରେ ପିକେଟିଙ୍ଗ ଜାରି ରଖିଥିଲେ।ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରଖିବାକୁ କୁହାଯାଇଥିଲା। ଏମିତିରେ ବାଲିମେଳା ବସ ଷ୍ଟାଣ୍ଡରେ କିଛି ଯାତ୍ରୀ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ଏସସି ଏସଟି ସଂରକ୍ଷଣ ବିରୁଦ୍ଧରେ ଯେଉଁ ରାୟ ଦେଇଥିଲେ ସେହି ରାୟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ଡାକରାରେ ଏସସି ଏସଟି କମିଟି ସଦସ୍ୟ ହାଡୁ ହନ୍ତାଳ, ଚିତ୍ତ କୁଳଦୀପ, ମଦନ ଖୋସଲା, ଜଗତ ପାତ୍ର, ଗୌର ଖିଲ, ହରି ଖିଲ, ମଦନ ଖୋସଲାଙ୍କ ସମେତ ଶତାଧିକ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।