ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିତାଧିକାରୀ ହେଲେ ହଟହଟା, ବର୍ଷା ମାଡରୁ ବର୍ତ୍ତିବା ପାଇଁ ଚେୟାର ଓ ପୋଷ୍ଟର ହେଲା ସାହା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ସୁଭଦ୍ରା ଯୋଜନାର ସୁଫଳ ପାଇବା ଆଶାରେ ଆସିଥିବା ହିତାଧିକାରୀଙ୍କୁ ସହିବାକାଉ ପଡିଛି ଅନେକ ସମସ୍ୟା। ଦୂର ଦୁରାନ୍ତ ସ୍ଥାନରୁ ଅନେକ ମହିଳା ହିତାଧିକାରୀ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଉତ୍ସାହିତ ଥିବା ବେଳେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାର ବ୍ଲକ ପଡିଆରେ ସମସ୍ତ ହିତାଧିକାରୀଙ୍କ ପାଇଁ ଟେଣ୍ଟ ଓ ଚେୟାର ସହ ଖାଦ୍ୟ ପାନୀୟର ବ୍ୟବସ୍ତା କରଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳକୁ ସବୁ ବ୍ୟବସ୍ତାକୁ ପାନିଆରେ ଭସାଇଲା ବର୍ଷା। ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ପାଇଁ ଟେଣ୍ଟ ବ୍ୟବସ୍ତା କରାଯାଇଥିଲେ ମଧ୍ୟ ଉପରେ ଜରି ତଥା ଏହାକୁ ଜଳରୋଧୀ କରାଯାଇ ନଥିବାରୁ ପ୍ରବଳ ବର୍ଷା ଯୋଗୁଁ ହିତାଧିକାରୀ ମାନଙ୍କୁ ବର୍ଷା ମାଡ ଖାଇବାକୁ ପଡିଥିଲା। ଟେଣ୍ଟ ମଧ୍ୟରେ ହିଁ ଅନେକ ମହିଳା ଛତା ଖୋଲି ବସିଥିବ ବେଳେ ଅନେକ ଉପାୟ ନପାଇ ଏଣେତେଣେ ଦଉଡି ପଳାଇଥିଲେ। ଆଉ କିଛି ମହିଳା ନିଜେ ବସିଥିବ ଚେୟାର ଗୁଡିକୁ ନିଜ ମୁଣ୍ଡ ଉପରେ ଛତା ରଖିବା ଭଳି ବ୍ୟବାହର କରିଥିଲେ। ଆଉ କିଛି ମହିଳା ଉପାୟ ନପାଇ ଦୁଭଦ୍ରା ଯୋଜନା ପାଇଁ ଲଗା ଯାଇଥିବା ଅନେକ ବ୍ୟାନର ଯେଉଁଥିରେକି ଖୋଦ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟ ରହିଥିଲା ସେଗୁଡିକୁ ଛତା ରୂପେ ବ୍ୟବହାର କରିଥିଲେ। ତେବେ କିଛି ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ବର୍ଷାରେ ଭିଜିଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ବର୍ଷାରେ ଓଦା ହେଇଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ତାକୁ ନେଇ ସାଧାରଣରେ ବେସ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page