ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ପଡୋଶୀ ତେଲେଙ୍ଗାନା ସିମାନ୍ତ କୋତ୍ତାଗୂଡେମ ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ସାଥୀ ମାଓବାଦୀମାନେ ଜଣେ ମହିଳା ମାଓବାଦୀଙ୍କୁ ହତ୍ୟା କରି ମୃତ ଦେହକୁ ଚେନ୍ନପୁରାମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି । ଘଟଣା ସ୍ଥଳରେ ଏକ ହାତ ଲେଖା ଚିଠି ଛାଡିଛନ୍ତି ଲାଲ୍ ବାହିନୀ । ମାଓବାଦୀଙ୍କ ଆନ୍ଧ୍ର-ଓଡିଶା ସିମାନ୍ତ ଚାର୍ଲା ମଣ୍ଡଳୀ ପ୍ରଜା କୋର୍ଟରେ ଏହି ହିଂସା କାଣ୍ଡ କରିଥିବା ଜଣାପଡିଛି । ମୃତ ମାଓବାଦୀଙ୍କ ନିଜ ଘର ହାଇଦ୍ରାବାଦ ବୋଲି ସୁଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଠାବ କରିବା ସହ ସଂପୃକ୍ତ ଅଞ୍ଚଳରେ କୁମିଂ ଅପରେସନ ଆରମ୍ଭ କରିଛନ୍ତି।