ମାଲକାନଗିରି ଜିଲ୍ଲା ମାଥିଲିରେ ଆଜି ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟ । ମିଳିଥିବା ସୂଚନାନୁଯାୟୀ ଆସନ୍ତା କାଲି ମାଲକାନଗିରି ଜିଲ୍ଲା ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ ପାଇଁ ସମସ୍ତ ଆୟୋଜନ କରାଯାଉଥିବା ବେଳେ ଟେଣ୍ଟ ବ୍ୟବସ୍ତା ମଧ୍ୟ କରାଯାଉଥିଲା । ତେବେ ଥାନା ନିକଟରେ ଏହି ଟେଣ୍ଟ ବନ୍ଧା ଚାଲିଥିବା ବେଳେ ଜଣେ ଯୁବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲା। ତେବେ ଅସାବଧନତା ବସତ ଉକ୍ତ ଯୁବକ ଜଣକ ଏହି କାର୍ଯ୍ୟ କରିବା ବେଳେ ହଠାତ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ତାକୁ ଶକ୍ତ ଆଘାତ ଲାଗିଥିଲା ଫଳରେ ଯୁବକଟି ତଳେ ପଡି ଯାଇଥିଲା। ତେବେ ତୁରନ୍ତ ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଯୁବକ ନାମ ଲକ୍ଷ୍ମୀକାନ୍ତ ମାଝୀ (୨୦) ହୋଇଥିବା ବେଳେ ତାଙ୍କ ଗ୍ରାମ ମାଥିଲି ବ୍ଲକ ଦଳପତିଗୁଡା ବୋଲି ଜଣାପଡିଛି।