
ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ଚିତ୍ରଗିରି ସାହିତ୍ୟ ସଂସଦ ପକ୍ଷରୁ ଆଜି ତହସିଲ ଅଫିସ ଛକରେ ଥିବା ମଧୁସୂଦନ ପାର୍କର ସଫେଇ କାର୍ଯ୍ୟକ୍ରମ କରାଯାଇଛି।ସୂଚନା ଅନୁସାରେ ସକାଳେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ନେଇ ପାର୍କ ଭିତର ଏବଂ ବାହାର ପରିସର ରେ ଥିବା ଅନାବନା ଗଛ ସବୁକୁ ଉପାଡି ସଫା କରାଯାଇଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ପାର୍କଟିରେ ଆଇ ଲଭ ଚିତ୍ରକୋଣ୍ଡା ଲେଖା ହୋଇଥିବା ଏକ ଆଲୋକ ସଜ୍ଜିତ ବୋର୍ଡ କରାଯାଇଛି।ଦୀର୍ଘ ଦିନ ହେବ ଏହାର ଲାଇଟ ଜଳୁ ନ ଥିବା ଯୋଗୁଁ ଏହି ଜାଗାଟି ଅବହେଳିତ ଭାବେ ପଡିରହିଥିଲା। ପୂଜ୍ୟପୂଜାଙ୍କ ପ୍ରତି ଅବହେଳା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।ସଫା କରିସାରିବା ପରେ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ସମ୍ମାନର ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ସାହିତ୍ୟ ସଂସଦର ସଭାପତି ଗୌରହରି ସାହୁଙ୍କ ସମେତ ସଂସଦର ସମ୍ପାଦକ ବାଲାଜୀ ସେଠି, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ନାୟକ, ଉପଦେଷ୍ଟା ଦେବେନ୍ଦ୍ର ଦାସ ଏବଂ ସଦୟଙ୍କ ମଧ୍ୟରେ ନିରୋଦ କୁମାର ଜେନା, ବୁଲୁ ସେଠି, ବଳଭଦ୍ର ବିଶ୍ଵାଳ, ତ୍ରିନାଥ ଗୌଡ଼, ଦୁର୍ଯ୍ୟୋଧନ ବେହେରା, ଭୀମ ନାୟକ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି। ସାହିତ୍ୟ ସଂସଦର ଏହି ଭଳି ମହତ କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।