ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ।

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମାନବ ସେବା ହିଁ ମାଧବ ସେବା କହି ଦୁର୍ଗତଙ୍କୁ ସେବା ଦେବାକୁ ସ୍ଵେଚ୍ଛାସେବୀଙ୍କୁ ନିବେଦନ କରିଥିଲେ । ଦର୍ଶନ ଶାସ୍ତ୍ର ଅଧ୍ୟାପକ ଗଣନାଥ ସୋରେନ୍ ନିଜ ବକ୍ତବ୍ୟ ରେ ଦୁର୍ଘଟଣା ର ପ୍ରଥମ ଏକ ଘଣ୍ଟା ସୁବର୍ଣ୍ଣ ସମୟ ବୋଲି ଉଦାହରଣ ଦେଇ ବୁଝାଇ ଥିଲେ। ଶେଷରେ ଯୁବ ରେଡକ୍ରସ୍ କାଉନସେଲର ଦଣ୍ଡପାଣି ଭୂୟାଁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page