
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଆଜି ସୁଭଦ୍ରା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ। ଏନଏସି କାର୍ଯ୍ୟାଳୟ ରେ ପ୍ରଥମେ ବୈଦିକ ରୀତିରେ ପୂଜାର୍ଚ୍ଚନା ପରେ ରଥ ଗଡିଥିଲା। ତେବେ ଏହି ରଥ ଆଜି ଦିନରେ ୬ ଟି ୱାର୍ଡ ରେ ଭ୍ରମଣ କରିବା ସହ ଆସନ୍ତା କାଲି ଆଉ ଅନ୍ୟ ୬ ଟି ୱାର୍ଡ ରେ ଭ୍ରମଣ କରି ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ନେଇ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଇବ ବୋଲି ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର, ସ୍ୱଚ୍ଛ ସାଥି, ଏନଏସିର ସମସ୍ତ କର୍ମଚାରୀ ଏବଂ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ।