ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗ ରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ କୋରୁକୋଣ୍ଡା ବ୍ଲକ ଚିମଟାପାଲି ପଂଚାୟତ ର ଡାବୁଗୁଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରେ ଗଞ୍ଜେଇ ଚୋରା ଚାଲାଣ ନିମନ୍ତେ ଗଚ୍ଛିତ କରି ରଖିଥିଲେ। ବିଶେଷ ସୁତରୁ ପୋଲିସ ଖବର ପାଇ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଓରକେଲ ପୋଲିସ ର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରିଥିଲା। ପରେ ଅଭିଯୁକ୍ତ ଙ୍କୁ ଓରକେଲ ଥାନା କୁ ଆଣିଥିଲା। ଅଭିଯୁକ୍ତ ଙ୍କ ନାମ ହେଲା ମଙ୍ଗରାଜ ଲୁକୁରା ଏବଂ ସେ ଡାବୁଗୁଡା ଗ୍ରାମର ହୋଇଥିବା ବେଳେ ୭୬ କିଲୋ ଗଞ୍ଜେଇ ପୋଲିସ ଜବତ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଆଜି ଅଭିଯୁକ୍ତ ମଙ୍ଗରାଜ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।