ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ ଟାଉନ ହଲ ଠାରେ ଆଜି ମାଲକାନଗିରି ପରିବହନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ ଏବଂ ଟ୍ରାଫିକ ସବ ଇନସପେକ୍ଟର ଦୀପକ ସାହୁ ଯୋଗଦେଇ ପରିବହନ ଓ ଯାନବାହନ ଉପରେ ପଡୁଥିବା ଟିକସ ସମ୍ବନ୍ଧରେ ସଚେତନ କରାଇଥିଲେ।ଯେଉଁ ବାହାନ ଗୁଡିକର ଟିକସ ୩୧/୦୩/୨୦୨୨ ପର୍ଯ୍ୟନ୍ତ ଦେଇ ନାହାନ୍ତି ସେହି ବାହାନଗୁଡିକର ଟିକସ ଓ ଜୋରିମାନା ଏକକାଳୀନ ଟିକସ ପୈଠର ରିହାତି ଯୋଜନା ରାଜ୍ୟ ସରକାରଙ୍କ ଦ୍ଵାରା ୧ ବର୍ଷ ପାଇଁ ଯଥା ୩୧/୧୨/୨୪ ପର୍ଯ୍ୟନ୍ତ କରାଯାଇଅଛି। ଯୋଜନା ଗୁଡିକ ହେଲା ଯଦି କୌଣସି ମୋଟର ଯାନ ର କିଛି ପୁରୁଣା ଟାକ୍ସ ରହିଯାଇଛି ଯାହାକି ଅଧିକ ଟଙ୍କା ପୈଠ କରିବାକୁ ପଡ଼ିଥାନ୍ତା କିନ୍ତୁ ଏହି ସ୍କିମ ମାଧ୍ୟମରେ ରିହାତି ଟିକସ ପୈଠ କରି ଗାଡି କୁ ବ୍ୟବହାର କରିପାରିବେ। ସମଗ୍ର ଜିଲ୍ଲା ରେ ୧୫୫୪ ଟି ଗାଡିଗୁଡିକର ଟାକ୍ସ ବକେୟା ରହିଥିବା ବେଳେ ସେଥି ମଧ୍ୟରୁ ୧୦୪୪ ଟ୍ରାକ୍ଟର ଟିକସ ବାନ୍ଧି ନାହାନ୍ତି। ତେବେ ସେମାନଙ୍କ ପାଇଁ ୨୦୧୫ ରୁ ୨୨ ମଧ୍ୟରେ ଥିବା ଗାଡି ଗୁଡିକ ମାତ୍ର ୩୩୬୦ ଟଙ୍କା । ସେହିଭଳି ୨୦୧୦ ରୁ ୧୭ ପର୍ଯ୍ୟନ୍ତ ୫୬୦୦ ଓ ୧୯୯୨ ରୁ ୨୦୧୦ ପର୍ଯ୍ୟନ୍ତ ୭୦୦୦ ଟଙ୍କା ପୈଠ କରିଦେଲେ ୧୫ ବର୍ଷର ଟାକ୍ସ ଛାଡ଼ ହେବାର ଯୋଜନା କରାଯାଇଅଛି।ଯଦି କୌଣସି ପୁରୁଣା ଗାଡି ତାହାର ଟାକ୍ସ ପୈଠ କରିନାହାନ୍ତି କିନ୍ତୁ ଗାଡି କୁ ସ୍କାର୍ପ କରିବାକୁ ଚାହୁଁଛନ୍ତି ତାହେଲେ ସେହି ଗାଡିର ସମ୍ପୂର୍ଣ୍ଣ ଟିକସ ଓ ଜୋରିମାନା ଛାଡ଼ କରାଯିବାର ଯୋଜନା ରହିଛି। ଯଦି କୌଣସି ପୁରୁଣା ଗାଡି ଆପଣ ଆରଟିଓ ଙ୍କୁ ନଜଣେଇ ସ୍କାର୍ପ କରିଦେଇଛନ୍ତି ତାହେଲେ ମଧ୍ୟ ସେହି ଗାଡିର ସମ୍ପୂର୍ଣ୍ଣ ଟାକ୍ସ ଓ ଜୋରିମାନା ଛାଡ କରାଯିବ। ସେହିଭଳି ଅଟୋ ଗୁଡିକରେ ମଧ୍ୟ ସମାନ ସ୍କିମ ଲାଗୁ ହେଉଛି ବୋଲି ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶତାଧିକ ଗାଡି ମାଲିକ ମାନେ ଯୋଗ ଦେଇ ନିଜ ନିଜ ଗାଡି ଗୁଡିକର ଟିକସ ଦେୟ ସମ୍ୱନ୍ଧରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ।