ବାଲିଗୁଡା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଲଟା ବୁଦାରେ ପରିପୂର୍ଣ୍ଣ : ଭଙ୍ଗାରୁଜା ଅବସ୍ଥାରେ ଘାଇ, ଚିନ୍ତାରେ ଚାଷୀ

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧିନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇ ଗୁଡ଼ିକର ରକ୍ଷଣା ବେକ୍ଷଣ ଅଭାବରୁ ଭଙ୍ଗାରୁଜା ଅବସ୍ଥାରେ ରହିଥ‌ିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀ ମାନେ ଅଭିଯୋଗ କରି ଚିନ୍ତାରେ ରହିଛନ୍ତି । ଏହି କାର୍ଯ୍ୟାଳୟ ଅଧୀନରେ ରହିଛି ୧୨ଟି ଘାଇ , କିନ୍ତୁ ଘାଇ ଗୁଡ଼ିକର ନିୟମିତ ରକ୍ଷଣା ବେକ୍ଷଣ ଅଭାବରୁ ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ଚାଙ୍ଗୁଡୁବାଲି ଓ ବାଲିଗୁଡା ସହରରେ ଥିବା ଜାପିମାସ୍କା ଘାଇ ଭଗ୍ନ ଅବସ୍ଥାରେ ରହିଛି । କେନାଲ ସାହାଯ୍ୟରେ ଜଳସେଚନ ହୋଇପାରୁନି । ସେହିଭଳି ଚାଙ୍ଗୁରବାଲି ଘାଇରେ ମଧ୍ୟ କେନାଲ ଭାଙ୍ଗି ରାସ୍ତା ଉପରେ ପାଣି ଯାଉଛି । ତୁମୁଡିବନ୍ଧ ବ୍ଲକ ଲାଲିଆଚଞ୍ଚୁଡ ଘାଇ ଟିର କାମ ଅଧାପନ୍ତରିଆ ଅବସ୍ଥା ରହିଥ‌ିବା ବେଳେ କୋଟଗଡ ବ୍ଲକରେ ମଧ୍ୟ ଗୋଟିଏ ଘାଇର ରକ୍ଷଣାବେକ୍ଷଣ ଅଭାବରୁ ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି। କ.ନୂଆଗାଁ ବ୍ଲକରେ ବିଲାବାଡି, ଗୁଇବନ୍ଧା ,ଫୁଜିବାଡି, କଟାରୀ, ସାରଙ୍ଗଡ ଓ ସିର୍ତିଗୁଡା ଗ୍ରାମର ୭ଟି ଘାଇ ରହିଛି। ସମସ୍ତ ଘାଇ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନ ଅବସ୍ଥାରେ ରହିଥିବାରୁ ବିଲକୁ କେନାଲ ସାହାଯ୍ୟରେ ପାଣି ଯାଇପାରୁନାହିଁ । ଫଳରେ ଚାଷକାର୍ଯ୍ୟରେ ବାଧା ଉପୁଜୁଛି।ନିୟମିତ ପାଣି ମିଳୁନଥିବାରୁ ବାଲିଗୁଡା ଉପଖଣ୍ଡ ଅଞ୍ଚଳର ଚାଷୀ ମାନେ ବାଧ୍ୟ ହୋଇ କେବଳ ବର୍ଷା ଦିନିଆ ଚାଷ କରୁଛନ୍ତି । ବାଲିଗୁଡା କ୍ଷୁଦ୍ର ଜଳସେଚନ ଉପବିଭାଜନ, ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସର ଲଟାବୁଦା ହୋଇ ଭୁତକୋଠି ପାଲଟି ଯାଇଛି । ଏକାଧିକ କର୍ମଚାରୀ ମାନଙ୍କର ବାସଭବନ ଗୁଡିକ ଭଗ୍ନ ଅବସ୍ଥାରେ ରହିଛି । ଏହି ଦାୟିତ୍ବରେ ଥିବା ବଲାଙ୍ଗୀର ସହକାରୀ ଯନ୍ତ୍ରୀ ମହେନ୍ଦ୍ର ଶତପଥୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଘାଇର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରି ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇଛୁ । ତାହା ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପଟେ ଘାଇ ଗୁଡ଼ିକର ଶୀଘ୍ର ପୁନରୁଦ୍ଧାର କରି କେନାଲ ସାହାଯ୍ୟରେ ଜମିକୁ ଜଳଯୋଗାଣ କରିବାକୁ ଚାଷୀ ମହଲରୁ ପ୍ରବଳ ଦାବି ହେଉଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page