ଦୁଇ ମାସ ପୁରିଲା କ୍ବାଟର କେବେ ଛାଡ଼ିବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଏସଏସଡି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିଜର ଦବଦବା ଆଜି ମଧ୍ୟ ଜାରି ରହିଥିବା ନଜରକୁ ଆସୁଛି । ଅବସର ନେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲର ସରକାରୀ କ୍ୱାଟର ନିଜ ଅକ୍ତିଆରରେ ରଖିଛନ୍ତି।ବର୍ତ୍ତମାନ ନୂତନ ପ୍ରଧାନଶିକ୍ଷକ ଅଜିତ ମାଡକାମୀଙ୍କ ରହିବା ପାଇଁ କ୍ୱାର୍ଟର ନ ଥିବାରୁ ସେ ଅଫିସ କାର୍ଯ୍ୟ କରିବାରେ ଅସୁବିଧାର ସମୁଖୀନ ହେବା ସହ କାର୍ଯ୍ୟରେ ବିଳମ୍ବ ହେଲେ ସୁଦ୍ଧା ବଡ଼ପଡା ଫେରିବାକୁ ବାଧ୍ୟ ହେଉଛନ୍ତି । ପୂର୍ବରୁ ଏ ବାବଦରେ ଜିଲ୍ଳାପାଳଙ୍କ ଏସି/ଏସଟି ବିଭାଗ ତରଫରୁ ଏଡିଡବ୍ଲୁଓ ଓ ଡବ୍ଲୁଇଓ ଙ୍କୁ ଅର୍ଥ ହେରଫେର ଘଟଣାରର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ ପାଇଁ ସରକାରୀ ଚିଠି ତା ୦୪-୦୮-୨୦୨୪ ରିଖ ରେ ଦିଆଯାଇଛି । କିନ୍ତୁ ମାସେ ବିତିଯାଇଥିଲେ ମଧ୍ୟ ସେ କ୍ୱାର୍ଟର ଛାଡ଼ି ନାହାନ୍ତି । ଏହା ଦ୍ବାରା ତଦନ୍ତ ପ୍ରକ୍ରିୟା କୁ ପ୍ରଭାବିତ କରିବା ନେଇ ସୂଚନା ମିଳିଛି । ଏହାକୁ ନେଇ ଖବର ପ୍ରସାରଣ ହେବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ହୋଇ ପାରିନାହିଁ । ବର୍ତ୍ତମାନ ନୂତନ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ସେ ଧୀରେ ଧୀରେ ନିଜ ଜିନିଷ ନେଇ ପୂଜା ଛୁଟି ପୂର୍ବରୁ କ୍ୱାର୍ଟର ଛାଡିବେ। ଏ ବାବଦରେ ଚିତ୍ରକୋଣ୍ଡା ଡବ୍ଲ୍ୟୁଇଓ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ପୂର୍ବତନ ପ୍ରଧାନ ଶିକ୍ଷକ କ୍ୱାର୍ଟରଟିକୁ ବହୁତ ଶୀଘ୍ର ଖାଲି କରିବେ । ଇତି ମଧ୍ୟରେ ଉକ୍ତ ଅବସର ପ୍ରାପ୍ତ ଶିକ୍ଷକ ସାମ୍ବାଦିକ ଭାବେ ଯୋଗ ଦେଇଛନ୍ତି । ସରକାରୀ କ୍ୱାର୍ଟରରେ ରହି କିଭଳି ଜଣେ ସାମ୍ବାଦିକ ଭାବେ ସ୍କୁଲ ପରିସରରେ ରହିଛନ୍ତି ତାହା ଆଲୋଚ୍ୟ ର ବିଷୟ କାହିଁକି ନା ଜଣେ ସାମ୍ବାଦିକ କୁ ସ୍କୁଲ ମଧ୍ୟରେ ପ୍ରବେଶ ନିମନ୍ତେ ପ୍ରଧାନ ଶିକ୍ଷକ କିମ୍ବା ତତୁର୍ଧ ଅଧିକାରୀ ଙ୍କ ଅନୁମତି ରହିଥିବା ବେଳେ ପ୍ରଧାନ ଶିକ୍ଷକ ଙ୍କ କାରନାମା କୌତୁହଳ ସୃଷ୍ଟି କରାଉଛି । ପୂର୍ବରୁ ନିଜ ବିରୋଧ ରେ ବହୁ ଅଭିଯୋଗ ରହିଥିବା ବେଳେ ସାମ୍ବାଦିକତାକୁ ଢାଲକରି ସରକାରୀ ଅଧିକାରୀ ଙ୍କ ଉପରେ ପ୍ରଭା ବିସ୍ତାର କରି ଦୋଷ ତ୍ରୁଟିକୁ ଲୁଚାଇବା କୁ ଯାଇ ସାମ୍ବାଦିକତା ଆଡକୁ ମୁଁହାଇଛନ୍ତି ତାହା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶାସନର ଚେଇଁ ଶୋଇଥିବା ନୀତି ପାଇଁ ବୋଧହୁଏ ଏହି ଭଳି ପରିସ୍ଥିତି ଉପୁଜିଛି ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page