ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା।ଦେଶର ସୁରକ୍ଷା ପାଇଁ ନିୟୋଜିତ ଆମର ସାହସୀ ଯବାନଙ୍କ କାହାଣୀ ପ୍ରାୟତଃ ନୀରବତା ମଧ୍ୟରେ ଦବି ରହିଯାଇଥାଏ, କିନ୍ତୁ କିଛି ଏମିତି ଯବାନ ଥାନ୍ତି,ଯେଉଁମାନେ ତାଙ୍କର ଅଦମ୍ୟ ସାହସ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଯୋଗୁଁ ଇତିହାସରେ ଏକ ଅଭୁଲା ଛାପ ଛାଡିଯାଆନ୍ତି।ଠିକ ସେହିପରି ଛତିଶଗଡ କାରେଗୁଟ୍ଟା ଅପରେସନରେ ନିୟୋଜିତ ସିଆରପିଏଫ ୨୦୪ କୋବ୍ରା ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେଙ୍କ ନାମ ମଧ୍ୟ ସେହି ସମାନ ବର୍ଗରେ ସାମିଲ କରାଯାଇଛି।ବିଜାପୁର ତେଲେଙ୍ଗାନା ସୀମାନ୍ତରେ ଅବସ୍ଥିତ କାରେଗୁଟ୍ଟା ପାହାଡ଼ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବରେ ବେଶ ଜଣାଶୁଣା। ଏହି ଅଞ୍ଚଳଟି କେବଳ ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ ଦ୍ୱାରା ଘେରି ରହିଛି କେବଳ ତାହା ନୁହେଁ, ବରଂ ଏହାକୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ବା ଲାଲ ବାହିନୀର ଗଡ଼ ଭାବରେ ବିବେଚନା କରାଯାଏ। ବିଶେଷ କରି ନକ୍ସଲ କମାଣ୍ଡର ମାଡବି ହିଡମାର ଗତିବିଧି ଏହି ଅଞ୍ଚଳରେ ରହିଥିବା ବେଳେ ଏହି ଅଞ୍ଚଳକୁ ଆହୁରି ସମ୍ବେଦନଶୀଳ କରିଥାଏ। ଏହି ଚ୍ୟାଲେଞ୍ଜିଂ ପାହାଡିଆ ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ, କୋବ୍ରା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ସାହସ ଏବଂ ନେତୃତ୍ୱର ପରିଚୟ ଦେଇଥିଲେ।

ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ, ସାଗର ବୋରାଡେ ଟିମ କମାଣ୍ଡରଙ୍କ ନିର୍ଦ୍ଦେଶକୁ ଖାତିର ନକରି ନିଜେ ଆହତ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ପୁଣି ଆଉ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସାଗର ବୋରେଡେଙ୍କ ବାମ ଗୋଡ ସାଙ୍ଘାତିକ ଭାବରେ ଆହାତ ହୋଇଥିଲା।ଅସହ୍ୟ ଯନ୍ତ୍ରଣା ଏବଂ ରକ୍ତରେ ଜୁଡୁବୁଡ଼ୁ ସତ୍ତ୍ୱେ, ବୋରାଡେ ତାଙ୍କର ଚେତା ହରାଇ ନଥିଲେ। ଅପରେସନରେ ନିୟୋଜିତ ଡାକ୍ତରୀ ଦଳର ତତ୍ପରତା ଏବଂ ଏୟାରଲିଫ୍ଟ ସୁବିଧା ସହାୟତାରେ ତାଙ୍କୁ ରାୟପୁର ଅଣାଯାଇଥିଲା, ସେଠାରୁ ତାଙ୍କୁ ତୁରନ୍ତ ଦିଲ୍ଲୀକୁ ରେଫର କରାଯାଇଥିଲା। ଦିଲ୍ଲୀରେ ଚିକିତ୍ସା ଚାଲିଥିବା ସମୟରେ, ସଂକ୍ରମଣ ଏବଂ ନିରନ୍ତର ରକ୍ତସ୍ରାବକୁ ବନ୍ଦ କରିବା ପାଇଁ ଶେଷରେ ଡାକ୍ତରଙ୍କୁ ତାଙ୍କର ବାମ ଗୋଡ କାଟିବାକୁ ପଡିଥିଲା। ସାଗର ବୋରାଡେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି, କିନ୍ତୁ ଡାକ୍ତରଙ୍କ ଅନୁସାରେ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। ସାଗର ବୋରେଡେ ନିଜର ଆଶ୍ଚର୍ଯ୍ୟଜନକ ଦୃଢ଼ତା ଏବଂ ମାନସିକ ଶକ୍ତି ପ୍ରଦର୍ଶନ କରିଛନ୍ତି,ଯାହା ଜଣେ ପ୍ରକୃତ ବୀର ସୈନିକର ପରିଚୟ।ଏହି ସମୟରେ, କାରେଗୁଟ୍ଟା ପାହାଡ଼ରେ ତଲାସି ଅଭିଯାନ ଜାରି ରହିଛି। କାରେଗୁଟ୍ଟା ପାହାଡ଼ରେ ବୁଧବାର ସକାଳେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୨୦/୨୨ ନକ୍ସଲ ନିପାତ ହୋଇଥିବା ସୂଚନା ମିଳୁଛି। ପୁଲିସ ପକ୍ଷରୁ ସୁନିଶ୍ଚିତ ବାକି ରହିଛି।ସୁରକ୍ଷା ବାହିନୀ ନକ୍ସଲ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ଏବଂ ଯେକୌଣସି ମୂଲ୍ୟରେ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଅପରେସନ୍ ଚଳାଇଛନ୍ତି।

  • Related Posts

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    ଜିଲ୍ଲା ପ୍ରଶାସନ ପକ୍ଷରୁ କୃତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ…

    Leave a Reply

    Your email address will not be published. Required fields are marked *

    You cannot copy content of this page